ଅଚାନକ ଜବତ ହେଲା ଘରୋଇ ବସ୍‌; ୨ ଲକ୍ଷ ‌ଟଙ୍କା ଜୋରିମାନା

ରାଉରକେଲା,ଏନ୍ଏନ୍ଏସ୍: ରାଜ୍ୟ ପରିବହନ ନିୟମ ଉଲ୍ଲଂଘନ ନେଇ ଏକ ଘରୋଇ ବସକୁ ଜବତ କରିବା ସହ ୨ ଲକ୍ଷ ଟଙ୍କା ଜୋରିମାନା ହୋଇଛି। ବିନା ପରମିଟ, ବିନା ଟ୍ୟାକ୍ସରେ ଘରୋଇ ବସ୍ ‘ଉମାକାନ୍ତ’ ପ୍ରାୟ ୫ ମାସ ହେବ ଏପରି ଭାବେ ରାଜରାସ୍ତାରେ ଗଡ଼ୁଥିଲା। ରାଉରକେଲାର ହନୁମାନ ବାଟିକା ନିକଟରେ ପୁଲିସ ଏହି ଯାତ୍ରୀବାହୀ ବସ‌କୁ ଜବତ କରିବା ସହ ୨ ଲକ୍ଷ ୧୨ ହଜାର ୧୫୫ ଟଙ୍କା ଜୋରିମାନା କରିଛି।

ରାଉରକେଲା ଆରଟିଓଙ୍କ ପକ୍ଷରୁ ହନୁମାନ ବାଟିକା ନିକଟରେ ଚଢ଼ଉ କରାଯାଇ ଏକ ଯାତ୍ରୀବାହୀ ବସ‌କୁ ଜବତ କରାଯାଇଛି। ବିନା ପରମିଟ ଏବଂ ବିନା ଟ୍ୟାକ୍ସରେ ଏହି ନାଇଟ୍‌ ବସ ରାଉରକେଲାରୁ ବ୍ରହ୍ମପୁର ଯାଉଥିଲା। ବେଆଇନ ଭାବେ ଚଳାଚଳ କରୁଥିବା ଯାତ୍ରୀବାହୀ ବସ ଉପରେ ଆଗକୁ ଏପରି ଚଢ଼ଉ ଜାରି ରହିବ ବୋଲି ପରିବହନ ବିଭାଗ ତରଫରୁ କୁହାଯାଇଛି।