ସଂସଦରେ ହୋମଗାର୍ଡ ପ୍ରସଙ୍ଗ: ଅପରାଜିତା ଷଡ଼ଙ୍ଗୀ 

ନୂଆଦିଲ୍ଲୀ,ଏଜେନ୍ସି: ସଂସଦରେ ଉଠିଲା ରାଜ୍ୟ ହୋମଗାର୍ଡଙ୍କ ସମସ୍ୟା ପ୍ରସଙ୍ଗ। ଲୋକସଭାରେ ହୋମଗାର୍ଡଙ୍କ କଥା ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ରାଜ୍ୟରେ ୧୭ ହଜାରରୁ ଅଧିକ ହୋମଗାର୍ଡ ରହିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ସେମାନେ ପୁଲିସ ବିଭାଗକୁ ସାହାଯ୍ୟ ସହଯୋଗ କରୁଛନ୍ତି। କିନ୍ତୁ ଏବେ ବି ରାଜ୍ୟରେ ହୋମଗାର୍ଡ ଅବହେଳିତ ହୋଇ ରହିଛନ୍ତି। ଦୈନିକ ମାତ୍ର ୩୦୦ ଟଙ୍କା ଆକାରରେ ସେମାନଙ୍କୁ ଭତ୍ତା ଦିଆଯାଉଛି।

ମାନ୍ୟବର ସୁପ୍ରିମକୋର୍ଟଙ୍କ ଏକ ଆଦେଶକୁ ଏହା ଅବମାନନା କରୁଥିବା ସାଂସଦ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ମାନ୍ୟବର କୋର୍ଟ ଏକ ମାମଲାର ଶୁଣାଣି କରି ପୁଲିସକୁ ମିଳୁଥିବା ସର୍ବନିମ୍ନ ଭତ୍ତା ମଧ୍ୟ ହୋମଗାର୍ଡକୁ ମିଳିବା ଜରୁରୀ ବୋଲି ଆଦେଶ ଦେଇଥିଲେ। ରାଜ୍ୟ ସରକାର ଏହା ପାଳନ କରୁନଥିବା ସେ ଅଭିଯୋଗ କରିଛନ୍ତି। ହାଇକୋର୍ଟ ମଧ୍ୟ ଦୈନିକ ୫୦୦ ଟଙ୍କା ଦେବାପାଇଁ କହିଥିଲା ବେଳେ ରାଜ୍ୟରେ କାହିଁକି ଏହା ପାଳନ ହେଉନାହିଁ ସେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି।