ନୂଆଦିଲ୍ଲୀ,ଏଜେନ୍ସି: ଆଜି ରାଷ୍ଟ୍ରୀୟ କର୍କଟ ନିରାକରଣ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରେ ନିର୍ମିତ ଅତ୍ୟାଧୁନିକ କରୋନ ଟେଷ୍ଟିଂ ଲ୍ୟାବର ଉଦଘାଟନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ସାଢ଼େ ୪ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୋଏଡା, କୋଲକାତା ଏବଂ ମୁମ୍ବାଇ ସ୍ଥିତ ଏହି କରୋନା ଟେଷ୍ଟିଂ ଲ୍ୟାବର ଉଦଘାଟନ କରିବେ। ଏହି ଲ୍ୟାବରେ ପ୍ରତିଦିନ ୬୦୦୦ ନମୁନା ଯାଞ୍ଚ ହେବ। ଏହି ସବୁ ସେଣ୍ଟରକୁ କେଉଁ କେଉଁ ଠାରୁ ନମୁନା ପଠାଯିବ ସେ ନେଇ ସ୍ପଷ୍ଟ ହୋଇ ନାହିଁ।
ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ପକ୍ଷରୁ ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଲକ୍ଷ କରି ଏହି ତିନୋଟି ଲ୍ୟାବ ତିଆରି କରାଯାଇଛି। ଏହି ପରିପ୍ରେକ୍ଷୀରେ କୋଲକାତାରେ ୩୦୦୦, ନୋଏଡାରେ ୧୮୦୦ ଏବଂ ମୁମ୍ଵାଇରେ ୧୨୦୦ କରୋନା ନମୁନା ଯାଞ୍ଚ ହେବ ବୋଲି ଜଣାପଡ଼ିଛି। ସେହିପରି ନୋଏଡାରେ ପ୍ରସ୍ତୁତ ହୋଇଥିବା ଏହି ଅତ୍ୟାଧୁନିକ ଲ୍ୟାବ ଉତ୍ତରପ୍ରଦେଶର ସବୁଠାରୁ ବଡ କରୋନା ପରୀକ୍ଷଣ ଲ୍ୟାବ ହେବ। ବର୍ତ୍ତମାନ, ନୋଏଡା ସେକ୍ଟର -୬୨ ରେ ଅବସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲ (ଏନଆଇବି) ସର୍ବାଧିକ ଦୈନିକ ୧୦୦୦ ଅନୁସନ୍ଧାନ କରୁଛି।