ଆଜି ରାଜ୍ୟରେ ୧,୫୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ପୁଣି ୨୮ଟି ଜିଲ୍ଲାରୁ ୧,୫୦୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୮୯୨ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧,୦୦୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫୦୧ ଜଣ ଲୋକାଲର ଥିବା ଜଣାପଡ଼ିଛି।

ଏଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୨୩, କଟକରୁ ୧୩୬, କନ୍ଧମାଳ ଓ ଗଜପତିରୁ ୭୩ ଜଣ ଲେଖାଏଁ, ରାୟଗଡ଼ାରୁ ୬୮, ସୁନ୍ଦରଗଡ଼ରୁ ୫୭, ଯାଜପୁରରୁ ୫୧, କେନ୍ଦୁଝରରୁ ୪୩, କୋରାପୁଟ ଓ ମାଲକାନଗିରିରୁ ୩୪ ଜଣ ଲେଖାଏଁ, ଢ଼େଙ୍କାନାଳରୁ ୩୨, ମୟୂରଭଞ୍ଜରୁ ୨୮, ଭଦ୍ରକରୁ ୨୫, ବରଗଡ଼ରୁ ୨୩, ବଲାଙ୍ଗିରରୁ ୨୧, ବାଲେଶ୍ୱରରୁ ୧୯, ସମ୍ବଲପୁରରୁ ୧୭, କଳାହାଣ୍ଡି ଓ ଝାରସୁଗୁଡାରୁ ୧୦ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୯, ନୟାଗଡ଼ରୁ ୮, ଜଗତସିଂହପୁରରୁ ୬, ପୁରୀ ଓ ସୋନପୁରରୁ ୪ ଜଣ ଲେଖାଏଁ, ନବରଙ୍ଗପୁରରୁ ୨ ଓ ବୌଦ୍ଧ ଓ ଅନୁଗୁଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪,୬୭,୪୪୭ଟି କରୋନା ଟେଷ୍ଟ ହୋଇଥିବା ବେଳେ ୨୬,୮୯୨ଟି ପଜିଟିଭ ଚିହ୍ନଟ ହୋଇଛି। ସେହିପରି ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୬,୭୨୯ ଥିବା ବେଳେ ୯,୯୧୯ ଜଣ ସକ୍ରିୟ ଅଛନ୍ତି।