ନୂଆଦିଲ୍ଲୀ,ଏଜେନ୍ସି: ଆଜି ଅନ୍ତରାଷ୍ଟ୍ରୀୟ ମହିଳା ଦିବସ। ଏହି ଅବସରରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ମହିଳାଙ୍କୁ ଶୁଭକାମନା ଜଣାଇଛନ୍ତି।
ରାଷ୍ଟ୍ରପତି କହିଛନ୍ତି କି ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ସମସ୍ତ ନାଗରିକଙ୍କୁ ଶୁଭକାମନା ଜଣାଉଛି। ଆମ ଦେଶରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ କରୁଛନ୍ତି। ଆସନ୍ତୁ ଆମେ ସାମୂହିକ ଭାବରେ ସମସ୍ତ ଲିଙ୍ଗ ଜାତିଙ୍କୁ ନ୍ୟାୟ ଦେବା ଓ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଅସମାନତାକୁ ଶେଷ କରିବା ପାଇଁ ସଂକଳ୍ପ ନେବା।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି କି, ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ଆମର ଅଦମ୍ୟ ନାରୀଶକ୍ତିକୁ ସଲାମ! ଆମ ଦେଶର ମହିଳାଙ୍କ ସଫଳତାକୁ ନେଇ ଭାରତ ଗର୍ବ ଅନୁଭବ କରୁଛି। କେତେକ କ୍ଷେତ୍ରରେ ମହିଳା ସଶକ୍ତୀକରଣକୁ ଆଗକୁ ବଢ଼ାଇବା ପାଇଁ ଆମ ସରକାରକୁ ସୁଯୋଗ ମିଳିଛି, ଏହା ଆମପାଇଁ ସମ୍ମାନର ବିଷୟ ବୋଲି କହିଛନ୍ତି।
ଆଜି ମାର୍ଚ୍ଚ ୮ ତାରିଖକୁ ସାରା ବିଶ୍ୱ ମହିଳା ଦିବସ ଭାବେ ପାଳନ କରୁଛି। ଏହାର ଲକ୍ଷ ହେଉଛି କି ସମାଜରେ ମହିଳାଙ୍କୁ ସମାନ ଅଧିକାର ଦେବା ଓ ସମାଜରେ ତାଙ୍କ ଭାଗିଦାରୀକୁ ବଢ଼ିବାକୁ ଦେବା। ଏହି ଦିନରେ ମହିଳାମାନଙ୍କର ଆର୍ଥିକ, ରାଜନୈତିକ ଓ ସାମାଜିକ ଉପଲବ୍ଧିକୁ ମନେପକାଯାଇଥାଏ। ଯାହାଦ୍ୱାରା ମହିଳା ମାନଙ୍କ ଆତ୍ମବିଶ୍ୱାସକୁ ଦୃଢ଼ କରାଯାଇଥାଏ।