ଆସନ୍ତା ୨୮ରେ ମହାକଶକୁ ଜିସାଟ୍-୧ ଉତକ୍ଷେପଣ, ସୀମା ଉପରେ ରଖିବ ସତର୍କ ନଜର

ନୂଆଦିଲ୍ଲୀ,ଏଜେନ୍ସି: ସୀମା ଉପରେ ସତର୍କ ନଜର ରଖିବ ସାଟେଲାଇଟ। ଏଲଏସିର ବାସ୍ତବ ସ୍ଥିତିର ରିୟଲ ଟାଇମ ଫଟୋ ପଠାଇବ ସାଟେଲାଇଟ। ଏଥିସହିତ ପ୍ରାକୃତିକ ବିପଦ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ସୂଚନା ମିଳିପାରିବ। ଆସନ୍ତା ୨୮ ତାରିଖରେ ଶ୍ରୀହରିକୋଟାରୁ ମହାକାଶକୁ ଜିସାଟ୍-୧ ଉତକ୍ଷେପଣ କରାଯିବ। ଜିଏସ୍ଏଲଭି-ଏଫ୍-୧୦ର ରକେଟ ସାଟେଲାଇଟକୁ ନେଇ ମହାକାଶକୁ ଯିବ।

ଗତବର୍ଷ ମାର୍ଚ୍ଚ ୫ ତାରିଖରେ ପ୍ରଥମେ ଏହି ସାଟେଲାଇଟକୁ ଉତକ୍ଷେପଣ କରିବାକୁ ଇସ୍ରୋ ଯୋଜନା କରିଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ବନ୍ଦ ରଖାଯାଇଥିଲା। ସାଟେଲାଇଟରେ ଲଗାଯାଇଥିବା ହାଇ ରିଜୋଲୁସନ କ୍ୟାମେରା ଦ୍ୱାରା ସୀମା ଓ ସମୁଦ୍ର ପଥ ଉପରେ ନଜର ରଖାଯାଇ ପାରିବ। ଖାଲି ସେତିକି ନୁହେଁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ସାଟେଲାଇଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଇସ୍ରୋ ବୈଜ୍ଞାନିକ ସୂଚନା ଦେଇଛନ୍ତି।