ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ଜାନୁଆରୀ ୨୨ତାରିଖରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବ । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଥିବା ହନୁମାନ ମନ୍ଦିରରେ କିପରି ଏହି ଆନନ୍ଦର ମୁହୂର୍ତ୍ତକୁ ପାଳନ କରାଯିବ ସେନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମୁନିଗୁଡ଼ା ସଂଯୋଜକ ଜି.ବୀରଭଦ୍ର ଆଚାରିଙ୍କ ସଭାପତିତ୍ୱ, ବିକାଶ ପରିଷଦ ସଭାପତି ଘନଶ୍ୟାମ ମାର୍ଥା, ବିଶ୍ୱହିନ୍ଦୁ ପରିଷଦ ମୁନିଗୁଡ଼ା ବ୍ଲକ ସଭାପତି କୀର୍ତ୍ତି ପୃଷ୍ଟି ଓ ବଜରଙ୍ଗ ଦଳ ସଂଯୋଜକ ଶ୍ୱେତ ଦାସଙ୍କ ମିଳିତ ସଂଯୋଜନାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମସ୍ତଙ୍କ ମତାମତକ୍ରମେ ହନୁମାନ ମନ୍ଦିରରେ ଉକ୍ତ ଦିନ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିଜୟ ମନ୍ତ୍ର ରାମନାମ ଜପ କରାଯିବ । କୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ପ୍ରଭୁଙ୍କ ଭଜନ ସହିତ ଦିନ ତମାମ କାର୍ଯ୍ୟକ୍ରମ ଚାଲିବ । ଅପରାହ୍ନରେ ମୁନିଖୋଲ ହନୁମାନ ବାଟିକାରୁ ବିଶାଳ ଶୋଭାଯାତ୍ରା ଗୋବର୍ଦ୍ଧନ ହନୁମାନ ମନ୍ଦିର ପର୍ଯ୍ୟନ୍ତ କୀର୍ତ୍ତନ ମଣ୍ଡଳୀ ସହିତ ପରିକ୍ରମା କରିବ । ସଂନ୍ଧ୍ୟାରେ ପ୍ରତି ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ପ୍ରଭୁ ରାମଲାଲଙ୍କଠାରେ ଶ୍ରଦ୍ଧା ସୁମନ ଅର୍ପଣ କରାଯିବ । ଏଥିସହିତ ୫ ଦିନ ପୂର୍ବରୁ ପ୍ରତି ମନ୍ଦିର ସଫେଇ କାର୍ଯ୍ୟ ସହିତ ମନ୍ଦିର ମାନଙ୍କରେ ରାମନାମ୍ ମନ୍ତ୍ର ଜପ କରାଯିବା ନେଇ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମରେ ତରଣୀ ଚୌଧୁରୀ, ଚିନ୍ତାମଣି ସାହୁ, ସବି.ଉମାଶଙ୍କର ପାତ୍ର, ବଙ୍କିମ ସାହୁ, ପି.ସୁଧାକର ପାତ୍ର, ଜଗନ୍ନାଥ ନୁଣ୍ଡ୍ରୁକା, ସରସ୍ୱତୀ ଶବର ଦେବଦାଶଜୀ, ବିଶ୍ୱନାଥ ଆଚାର୍ଯ୍ୟ, ମନୋରଞ୍ଜନ ଦଳାଇ ଓ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।