୭୪ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ସାଧାରଣତନ୍ତ୍ର ଦିବସ ପାଇଁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଟିଡିଏ ପ୍ରକଳ୍ପ ଅଧିକାରୀ ମଧୁସୁଦନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବନମାଳୀ ଶତପଥୀ, ବିଡିଓ ଶଶାଙ୍କ ଶେଖର ପାତ୍ର, ବ୍ଲକ ଅଧ୍ୟକ୍ଷା ମିଶାବତୀ ମଲ୍ଲିକ ଓ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଜାନୁଆରୀ ୨୬ ନିମେନ୍ତ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ ୨୫ ତାରିଖରେ ମାରାଥନ ଦୌଡ଼ କରାଯିବ । ଆଉ ୨୬ରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ ଏବଂ ସକାଳ ୮ଟା ୩୦ ମିନିଟରେ ପତାକା ଉତ୍ତୋଳନ ହେବ । ଏଥିରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଏମ ମଧୁମିତା ଉପସ୍ଥିତ ରହି ପତାକା ଉତ୍ତୋଳନ କରିବେ । କୋଭିଡ ପାଇଁ ଗତ ୨ବର୍ଷ ହେବ ସାମୁହିକ ଭାବେ ସାଧାରଣତନ୍ତ୍ର ଦିବସ ପାଳନ ହୋଇପାରି ନଥିବାରୁ ଚଳିତ ବର୍ଷ ଭଲ ଭାବେ ପାଳନ କରାଯିବ । ଏଥିଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିିଭିନ୍ନ ପ୍ରତିଯାଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ୨୬ ତାରିଖରେ ପୁରସ୍କୃତ କରାଯିବା ପାଇଁ ବୈଠକେର ନିଷ୍ପତ୍ତିି ନିଆଯାଇଛି । ଉକ୍ତ ବୈଠକେର ଉପଖଣ୍ଡ କାର୍ଯ୍ୟାଳୟର ଅଧିକାରୀ ଓ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।