ନାଗାବଳୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାର ଲୁକ୍କାୟିତ କଳାକୁ ଗୋଟିଏ ମଞ୍ଚରେ ବିକଶିତ କରିବା ଉଦ୍ଦେଶ୍ୟରେ ଆୟୋଜନ ହେବାକୁ ଯାଉଛି ନାଗାବଳୀ ମହୋତ୍ସବ। ଆଜି ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ନାଗାବଳୀ ମହୋତ୍ସବ ଅସ୍ଥାୟୀ କମିଟିର ଆବାହକ ବିନାୟକ କରଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ କିଭଳି ଏହା ସଫଳ ହୋଇପାରିବ ସେ ନେଇ ନିଜର ମତବ୍ୟକ୍ତ କରିଥିଲେ।

ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ନାଗାବଳୀ ମହୋତ୍ସବ ନାମକରଣକୁ ଅନୁମୋଦନ ମିଳିଥିଲା। ତେବେ ପ୍ରଥମ ଥର ଜିଲ୍ଲାରେ ଏହି ବୈଠକ ହୋଇଥିବାରୁ ଆଗାମୀ ଦିନରେ ହେବାକୁ ଥିବା ବୈଠକରେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ କରାଯିବ। ଯାହାଦ୍ୱାରା ନାଗାବଳୀ ମହୋତ୍ସବକୁ ରାଜ୍ୟ ସ୍ତରରେ ପରିଚୟ ସୃଷ୍ଟି କରିବ ବୋଲି କୁହାଯାଇଛି।