ରେଡ୍ଡୀ ସରକାରଙ୍କ ଆକ୍ସନରେ ରାଗି ଧାରଣାରେ ବସିଲେ ଚନ୍ଦ୍ରବାବୁ ନାଇଡୁ

ତିରୁପତି: ତାମିଲନାଡ଼ୁରେ ନିଜ ପାର୍ଟିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା   ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଲିସ ଅଟାକାଇଥିବା ସୂଚନା ମିଳିଛି। ଏଥିରେ ରାଗିଯାଇ ଚନ୍ଦ୍ରବାବୁ ତିରୁପତି ବିମାନମନ୍ଦରରେ ଧାରଣାରେ ବସିଛନ୍ତି। ଏହି ପରିପ୍ରେକ୍ଷୀରେ ଚନ୍ଦ୍ରବାବୁ ପୁଲିସ ଅଧିକାରୀଙ୍କୁ ପଚାରିଥିଲେ ଯେ, ମୁଁ ୧୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲି ଓ ଆଉ ଏବେ ବିପକ୍ଷ ନେତା। କ’ଣ ମୋର ପ୍ରଦର୍ଶନ କରିବାର ଅଧିକାର ନାହିଁ? ମୁଁ କ’ଣ ପାଇଁ ଜିଲ୍ଲାଧିକାରୀ ଓ ପୁଲିସ ଅଧୀକ୍ଷକଙ୍କୁ ଦେଖା କରିପାରିବିନି?

ସୂଚନାଯୋଗ୍ୟ, ସ୍ଥାନୀୟ ନଗର ନିଗମ ନିର୍ବାଚନ କାରଣରୁ ଲାଗୁ ହୋଇଥିବା ଆଚାର ସଂହିତା ଓ କରୋନା ମହାମାରୀ ଯୋଗୁ ପ୍ରଦର୍ଶନ କରିବାକୁ ପୁଲିସ ବାରଣ କରିଥିଲା। ଏହାସତ୍ତେ୍ୱ ଚନ୍ଦ୍ରବାବୁ ତିରୁପତି ବିମାନ ବନ୍ଦରରେ ପହଞ୍ଚିବାରୁ ପୁଲିସ ତାଙ୍କୁ ହାଜତକୁ ନେବାକୁ ଚାହିଁଥିଲା। ସେଥିପାଇଁ ଚନ୍ଦ୍ରବାବୁ ଉତକ୍ଷିପ୍ତ ହୋଇଯାଇଥିଲେ।