ଆଜିଠୁ ମାଲକାନଗିରିରେ ବୟସ୍କ ଓ ବହୁବିଧ ରୋଗୀଙ୍କ କରୋନା ଟିକାକରଣ ଆରମ୍ଭ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଏହି ଟିକାକରଣ ଆରମ୍ଭ ହୋଇଛି। ଏଥିରେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ପରିଚୟ ପତ୍ର ଦେଖାଇ ଟିକା ନେଉଥିବା ବେଳେ ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତି ଡାକ୍ତରୀ ପ୍ରମାଣପତ୍ର ଦେଖାଇ ଟିକା ଗ୍ରହଣ କରୁଛନ୍ତି।

ଟିକା ନେଉଥିବା ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ରରେ ରେଜିଷ୍ଟ୍ରେସନ କରିବା ପରେ ଟିକା ଗ୍ରହଣ କରୁଥିବା ଦେଖାଯାଇଛି। ଏହା ପୂର୍ବରୁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୪,୬୭୮ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଥିବା ବେଳେ ୬୦୦୮ ଜଣ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇ ସାରିଛି।