ଗୋଆରେ ପୁଣି ପ୍ରମୋଦ ସାୱତଙ୍କ ହାତରେ କ୍ଷମତା: ୨୮ରେ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଗୋଆରେ ମାର୍ଚ୍ଚ ୨୮ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିରେ ପ୍ରମୋଦ ସାୱନ୍ତ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । ପ୍ରମୋଦ ସାୱନ୍ତଙ୍କୁ ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା । ପରେ କ୍ଷମତାଧାରୀ ଦଳ ଏମଜୀପୀର ୨ ବିଧାୟକ ଓ ୩ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ସହ ସରକାର ଗଠନ କରିବାର ଦାବି ଉପସ୍ଥାପନ କରିଥିଲେ ।

ସୂଚନାଯୋଗ୍ୟ, ଫେବୃଆରୀ ୧୪ରେ ହୋଇଥିବା ନିର୍ବାଚନରେ ବିଜେପି ୪୦ ସଦସ୍ୟ ବିଶିଷ୍ଟ ବିଧାନସଭାରୁ ବହୁମତରୁ ମାତ୍ର ଗୋଟିଏ ସିଟ କମରେ ୨୦ଟି ସିଟ୍ ଜିତିଥିଲା ।