ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା: ୪ ଗିରଫ

ପୁରୀ,ଏନ୍‌ଏନ୍‌ଏସ୍‌: ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ପୁଲିସ ଆଉ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଓ ଜନ ଖଟେଇ । ସମସ୍ତ ଅଭିଯୁକ୍ତଙ୍କୁ କୋରାପୁଟରୁ ଗିରଫ କରାଯାଇଛି । ଏତଲାରେ ନାମ ଥିବା ୩ଜଣଙ୍କ ସହ ଆଉ ଜଣଙ୍କୁ ଗିରଫ କରାଯାଇଛି । ହତ୍ୟାକାଣ୍ଡ ପରେ ସମ୍ପୃକ୍ତ ଅଭିଯୁକ୍ତ ସାତପଡ଼ା ପଳାଇଥିଲେ । ଚିଲିକା ଭିତରେ ବୋଟରେ ୨ ରାତି କାଟିଥିଲେ । ରାଜ୍ୟ ବାହାରକୁ ଯିବାକୁ ଉଦ୍ୟମ ବେଳେ କୋରାପୁଟରୁ ଧରାପଡ଼ିଲେ । ଅଭଯୁକ୍ତମାନେ ମୋବାଇଲ ବ୍ୟବହାର କରୁନଥିବାରୁ ଧରିବା ଚ୍ୟାଲେଞ୍ଜିଂ ଥିଲା । ଏନେଇ ପୁରୀ ଏସପି ସୂଚନା ପ୍ରଦାନ କରିଛନ୍ତି ।

ଏସପି କହିଛନ୍ତି ଯେ, ହତ୍ୟାକାଣ୍ଡ ବେଳେ ଥିବା ୪ଜଣଙ୍କୁ ପ୍ରଥମେ ରିମାଣ୍ଡରେ ଅଣାଯିବ । ପ୍ରଥମେ ୪ ଜଣଙ୍କୁ ଆଣି କ୍ରାଇମ ସିନ୍ ରିକ୍ରିଏଟ କରିବୁ । ଅଭିଯୁକ୍ତଙ୍କୁ ଧରି ସାରିଛୁ,ଏବେ ତଦନ୍ତକୁ ଆଗକୁ ନେବୁ ।