ଜାତୀୟ ଆଇସିଟି ପୁରସ୍କାରରେ ସମ୍ମାନିତ ହେଲେ ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳା

ବାଲିଗୁଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ପ୍ରମିଳା କୁମାରୀ ସାହୁଙ୍କୁ ନୂଆଦିଲ୍ଲୀରେ ଏନସିଇଆରଟି ପକ୍ଷରୁ ଜାତୀୟ ଆଇସିଟି ପୁରସ୍କାର ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ଜଗତସିଂହପୁର ଜବାହର ନବୋଦୟ ବିଦ୍ୟାଳୟରେ ଗଣିତ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। କରୋନା ସମୟରେ ଅନଲାଇନରେ ସରଳ ବୋଧଗମ୍ୟ ଭାଷାରେ ବୁଝାଇ ସ୍ଵତନ୍ତ୍ର ଆପ୍ ବ୍ୟବହାର କରି glory with mathematics ୟୁଟ୍ୟୁବ୍ ଚାନେଲ୍ pramilasahoo.com ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରିଆସୁଛନ୍ତି।

ନୂଆ ଜ୍ଞାନ କୌଶଳ ଦ୍ଵାରା ସେ ଗଣିତର ଗହନତତ୍ତ୍ଵକୁ ବୁଝାଇ ପାରିଛନ୍ତି। ତାଙ୍କର ଏହି ସଫଳତାର ଶ୍ରେୟ ସ୍ଵାମୀ ଇଂ. ଶୁଭେନ୍ଦୁ ଶେଖର ସାହୁ, ଶ୍ଵଶୁର ଜାତୀୟ ପୁରସ୍କାର ପ୍ରାପ୍ତ ଟିକାବାଲି ଶିକ୍ଷା ଜିଲ୍ଲା ଅଧିକାରୀ ଉଦୟନାଥ ସାହୁ, ଓଡ଼ିଆ ବିଭାଗ ଅଧ୍ୟାପକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, ଶଶାଙ୍କ ଶେଖର ସାହୁଙ୍କୁ ପ୍ରଦାନ କରିଛନ୍ତି।