ବେଆଇନ ଗଞ୍ଜେଇ ଚାଲାଣ ସମୟରେ ୨ ଗିରଫ

ଦେବଗଡ଼,ଏନଏନଏସ: ଦେବଗଡ଼ ଥାନା ଅନ୍ତର୍ଗତ ଚଟିବରଘାଟ ଛକ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ୨ ଗଞ୍ଜେଇ ବେପାରୀଙ୍କୁ ଦେବଗଡ଼ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଚିକୁନ ସାହୁ ଓ ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାନେଶ୍ୱର ଅଞ୍ଚଳର ସଦାନନ୍ଦ ବେହେରା । ସେମାନଙ୍କ ନିକଟରୁ ୬୦ କିଲୋ ଗଞ୍ଜେଇ ସହ ନଗଦ ୨୭୫୦ ଟଙ୍କା, ୨ଟି ଏଟିଏମ କାର୍ଡ, ଡିଏଲ ଓ ପାନ କାର୍ଡ ଜବତ କରିଛି ।

ମିଳିଥିବା ରିପୋର୍ଟ ମୁତାବକ, ସମ୍ବଲପୁର ପଟୁ ଦେବଗଡ଼କୁ ଗଞ୍ଜେଇ ଆସୁଥିବା ବିଶେଷ ସୂତ୍ରରୁ ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଏସଆଇ ମନୋଜ କୁମାର ସାହୁ ସଦଳବଳେ ଚଟିବରଘାଟରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟରେ ପୂର୍ବରୁ ଛକି ରହିଥିଲେ । ଅଭିଯୁକ୍ତମାନେ ସେହି ରାସ୍ତା ନିକଟରେ ପହଞ୍ଚିବା ପରେ ସେମାନଙ୍କୁ କାବୁ କରି ଗଞ୍ଜେଇ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲେ । ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି ।