ସଇଁନ୍ତଲା,ଏନ୍ଏନ୍ଏସ୍: ପିଲା ବେଳରୁ ଗୀତ ଲେଖିବା, ଗୀତ ଗାଇବା ପ୍ରତି ଅନେକ ଆଗ୍ରହ ଏବଂ ଭଲ ପାଇବା ରହୁଥିଲା ତାହା ଧୀରେ ଧୀରେ ପୂରଣ ହେବାରେ ଲାଗିଛି। ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ର ‘ନିତିଦିନ’ ପ୍ରତିନିଧି ତଥା କଣ୍ଠଶିଳ୍ପୀ, ଗୀତିକାର ,ସଙ୍ଗୀତ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଅଜିତ କୁମାର ସାହୁ ଏକ ଖୁବ ସୁନ୍ଦର ସମ୍ବଲପୁରି ଗୀତ ବାବୁର ଲାଗି ବହଟେ ଖୁଜମା ଡୁଙ୍ଗୁରିପାଲି ଏମଏସ ଷ୍ଟୁଡ଼ିଓ ରେ ଗୀତ ଗାଇଥିବା ବେଳେ ଅନେକ ଚର୍ଚ୍ଚାରେ ରହିଛନ୍ତି। ଆଗରୁ ସୁନ୍ଦରୀ ଫୁଲ, ଘୁନସରିଆ ପିଲା, ତୋର ରାଜା, ବହୁ ଗୋ ବୁଢ଼ୀ ହେଲନ, ପାଗଳ ପ୍ରେମୀ ଭଳି ଅନେକ ଗୀତ ଗାଇବା ସାଙ୍ଗକୁ ବିଭିନ୍ନ ପ୍ରକାରର ସମ୍ବଲପୁରି ଗୀତ ଲେଖି ପ୍ରସଂଶା ମଧ୍ୟ ସାଉଁଟି ପାରିଛନ୍ତି।
ଅଜିତ କୁମାର ସାହୁ ଅଫିସିଆଲ ୟୁଟୁବ ଚେନାଲରେ ତାଙ୍କର ବିଭିନ୍ନ ପ୍ରକାରର କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବା ସହ ଅନେକ ଗୀତ ମଧ୍ୟ ରହିଛି। ଅନ୍ୟପଟେ ପଶ୍ଚିମ ଓଡିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ଯଶୋବନ୍ତ ସାହୁ ଭୁଲିଗଲୁ କାଏରେ ସଜନୀ ଅଜିତଙ୍କ ରଚନାରେ ଗୀତ ଗାଇଥିବା ବେଳେ ଗୀତିକାର ହୀରାଧର ଗହୀରଙ୍କ ସୁନ୍ଦର ରଚନାରେ ବାବୁର ଲାଗି ବହଟେ ଖୁଜମା ଗୀତକୁ ପୂଜା ତାଣ୍ଡି ଏବଂ ଅଜିତ କୁମାର ସାହୁ କଣ୍ଠଦାନ କରିଛନ୍ତି। ଦଳ ଗୋବିନ୍ଦ ଭୋଇ, ଜଗତ ଦାସ କ୍ୟାମେରା ଦାୟିତ୍ୱରେ ରହିଥିବା ବେଳେ ଖୁବ୍ଶୀଘ୍ର ଅଜିତ କୁମାର ସାହୁ ଅଫିସିଆଲ ୟୁଟୁବ ଚେନାଲରେ ଶୁଭମୁକ୍ତି ଲାଭ କରିବା ପାଇଁ ଯାଉଛି। ଦର୍ଶକଙ୍କ ମନଛୁଆଁ ଗୀତ ହେବ ବୋଲି ଆଶା କରାଯାଉଛି।