ଅର୍ଥନୈତିକ ପ୍ୟାକେଜକୁ ପ୍ରଶଂସା କଲେ ବିଜୟ ମାଲ୍ୟା, କହିଲେ ମୋ ଠାରୁ ବି ଟଙ୍କା ନେଇଯାନ୍ତୁ ସରକାର

ଲଣ୍ଡନ,ଏଜେନ୍ସି: କରୋନା ସଙ୍କଟ ମଧ୍ୟରେ ଭାରତ ସରକାର ୨୦ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଥିବା ବେଳେ ଏହାକୁ ନେଇ ଅନେକ ଲୋକ ମତାମତ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଲଣ୍ଡନରୁ ମଧ୍ୟ ଏକ ପ୍ରତିକ୍ରିୟା ଆସିଛି। କିଙ୍ଗଫିସର ଲକିର କମ୍ପାନୀ ମାଲିକ ବିଜୟ ମାଲ୍ୟା କେନ୍ଦ୍ର ସରକାରଙ୍କ ଏହି ପ୍ୟାକେଜର ପ୍ରଶଂସା କରିବା ସହିତ ସରକାର ବର୍ତ୍ତମାନ ମୋ ଠାରୁ ସମସ୍ତ ଟଙ୍କା ନେଇଯିବା ଉଚିତ ବୋଲି ସେ ଟ୍ୱିଟ କରି କହିଛନ୍ତି।

ବିଜୟ ମାଲ୍ୟା ତାଙ୍କ ତରଫରୁ ଟ୍ୱିଟ୍ କରି କହିଛନ୍ତି ଯେ କରୋନା ଭୂତାଣୁ ସଙ୍କଟ ମଧ୍ୟରେ ମୁଁ ରିଲିଫ୍ ପ୍ୟାକେଜ୍ ପାଇଁ ସରକାରଙ୍କୁ ଅଭିନନ୍ଦନ ଜଣାଉଛି। ସେମାନେ ଯେତିକି ଟଙ୍କା ଚାହିଁବେ ମୁଦ୍ରଣ କରିପାରିବେ, କିନ୍ତୁ ସେମାନେ ମୋ ଭଳି ଏକ ଛୋଟ ସହଯୋଗୀଙ୍କୁ ଅଣଦେଖା କରିବା ଉଚିତ୍ ହେଉନାହିଁ, ଯିଏ ଷ୍ଟେଟ ବ୍ୟାଙ୍କର ସମସ୍ତ ଟଙ୍କା ଫେରସ୍ତ କରିବାକୁ ଚାହୁଁଛନ୍ତି। ମୋ ଠାରୁ ପାଇବାକୁ ଥିବା ସମସ୍ତ ଟଙ୍କା ବିନା ସର୍ତ୍ତରେ ନେଇ ମାମଲା ଶେଷ କରନ୍ତୁ ସରକାର। ଏଭଳି ଟ୍ୱିଟ କରିବା ପରେ ଟ୍ୱିଟର ଲୋକମାନେ ତାଙ୍କୁ ଅନେକ ପ୍ରକାରର କମେଣ୍ଟ କରିବା ସହ ଟ୍ରୋଲ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତରେ ପଳାତକ ଘୋଷିତ କରାଯାଇଛି, ତାଙ୍କ ନାମରେ ପ୍ରାୟ ୯୦୦୦ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି। ବିଜୟ ମାଲ୍ୟା ଭାରତରୁ ପଳାୟନ କରି ଦୀର୍ଘ ଦିନ ଧରି ଲଣ୍ଡନରେ ରହୁଛନ୍ତି।

ବିଜୟ ମାଲ୍ୟାଙ୍କୁ ଭାରତକୁ ପଠାଇବା ପାଇଁ ଲଣ୍ଡନ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ହେଲେ ଏହି ନିର୍ଦ୍ଦେଶ ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହାପୂର୍ବରୁ ବିଜୟ ମାଲ୍ୟାଙ୍କୁ ମଧ୍ୟ ଥରେ ଲଣ୍ଡନରେ ଗିରଫ କରାଯାଇଥିଲେ ହେଁ ସେ ଜାମିନ ପାଇଯାଇଥିଲେ।