ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଶଙ୍କା, ବିଶ୍ୱରୁ ଶେଷ ହୋଇ ନପାରେ କରୋନା

ଜେନିଭା,ଏଜେନ୍ସି: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ମାଇକେଲ ଜେ ବୁଧବାର ଏକ ପ୍ରେସମିଟରେ କରୋନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଏହି ମାରାତ୍ମକ ଭାଇରସ ବର୍ତ୍ତମାନ ସାରା ଦେଶକୁ ବ୍ୟାପିଥିବା ବେଳେ ଏଥି ପାଇଁ କୌଣସି ଟିକା ବିକଶିତ ହୋଇପାରି ନାହିିଁ। ତେଣୁ ଏହି ଭୂତାଣୁ ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ନାଶ ହେବାରେ ଆଶଙ୍କା ଦେଖା ଦେଇଥିବା ସେ କହିଛନ୍ତି।

କରୋନା ଭାଇରସ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ବିଶ୍ୱର ଅର୍ଦ୍ଧାଧିକ ଦେଶ ବର୍ତ୍ତମାନ ଲକଡାଉନ ନିୟମ ଲାଗୁ କରିଛନ୍ତି। ଲକ୍ଷ ଲକ୍ଷ ଲୋକ ନିଜ ଘରେ ନିଜକୁ ବନ୍ଦୀ କରି ରହିବାକୁ ବାଧ୍ୟ ହେଉଛନ୍ତି। ଲୋକମାନେ ଆଶା ବାନ୍ଧି ବସିଛନ୍ତି ଯେ ଖୁବ ଶୀଘ୍ର କରୋନା ଟିକା ଉଦ୍ଭାବନ ହେବ କରୋନା ପ୍ରଭାବ ବିଶ୍ୱରୁ ହଟିବ। ସେମାନେ ପୁଣିଥରେ ନିଜ ସାଧାରଣ ଜୀବନକୁ ଫେରିବାକୁ ସମର୍ଥ ହେବେ। କରୋନା ଜୀବାଣୁ ପାଇଁ ଟିକା ଖୋଜିବା ପାଇଁ ସାରା ବିଶ୍ୱରୁ ବୈଜ୍ଞାନିକମାନେ ଦିନରାତି କାର୍ଯ୍ୟ କରୁଛନ୍ତି। ଏହି ସମୟରେ, ଡବ୍ଲୁଏଚଓର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ମାଇକେଲ ଜେ ଙ୍କ ସୂଚନା ଲୋକମାନଙ୍କ ଆଶାରେ ପାଣି ଭରିଦେଇଛି ଯେ କରୋନା ଜୀବାଣୁ କେବେବି ଏଚଆଇଭି ଏଡସ୍ ପରି ଆଉ ବିଲୋପ ହୋଇପାରିବ ନାହିଁ।

ଏଥିସହ ସେ ଏଚ୍.ଆଇ.ଭି ଏବଂ କରୋନା ଜୀବାଣୁ ମଧ୍ୟରେ ତୁଳନା କରୁନାହାଁନ୍ତି, କିନ୍ତୁ ସେ ଭାବନ୍ତି ଯେ ଆମେ ବ୍ୟବହାରିକ ହେବା ଉଚିତ୍। ଏହି ରୋଗ କେବେ ଶେଷ ହେବ ତାହା କେହି କହିପାରିବେ ନାହିଁ ବୋଲି ମୁଁ ଭାବୁଛି ଜ୍ଝ କରୋନା ଜୀବାଣୁକୁ ରୋକିବାକୁ ହେଲେ ବର୍ତ୍ତମାନ ସମୟରେ ଜାରି ରହିଥିବା ନିଷେଧାଦେଶ ହଟାଇବା ଠିକ୍ ନୁହେଁ, କାରଣ ଲକଡାଉନ ହଟିଲେ ଅଧିକ ମାମଲା ସାମ୍ନାକୁ ଆସୁଛି। ଯଦି ଏହି ନିଷେଧାଦେଶ ହଟାଯାଏ, ତେବେ ଜୀବାଣୁ ଏକ ବୃହତ ସ୍ତରରେ ବିସ୍ତାର ହେବ, ତେଣୁ ଲକଡାଉନକୁ ଆହୁରି କଡା କଡି କରିବା ସହ ଏହାକୁ ବୃଦ୍ଧି କରିବା ଆବଶ୍ୟକ ।