ରାଜ୍ୟରେ ବଢିବ କୋଭିଡ-୧୯ ବେଡ ସଂଖ୍ୟା ଓ ଟେଷ୍ଟ ସଂଖ୍ୟା, ଆନ୍ତମନ୍ତ୍ରୀସ୍ତରୀୟ କମିଟି ବୈଠକରେ ନିଷ୍ପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ବସିଥିବା ଆନ୍ତମନ୍ତ୍ରିସ୍ତରୀୟ ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା। ଦିନକୁ ୧୫୦୦୦ ଟେଷ୍ଟ ପାଇଁ ଆଲୋଚନା ହେଇଛି। ବେସରକାରୀ ହସ୍ପିଟାଲରେ କୋଭିଡ଼ ପରୀକ୍ଷାକୁ ମଧ୍ୟ ଅନୁମତି ଦିଆଯିବା ସହ ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ କୋଭିଡ-୧୯ ବେଡ ସଂଖ୍ୟା ଓ ଟେଷ୍ଟ ସଂଖ୍ୟା ବଢ଼ାଯିବା ନେଇ ଆନ୍ତମନ୍ତ୍ରୀସ୍ତରୀୟ କମିଟି ବୈଠକରେ ନିଷ୍ପତି ହୋଇଛି।

ସେହିପରି ବଲାଙ୍ଗିରରେ ୧୬ ତାରିଖରେ, କୋରାପୁଟରେ ୨୩ ତାରିଖରେ ଓ ବାରିପଦା ମେଡ଼ିକାଲ କଲେଜରେ ୩୧ ତାରିଖରୁ ଆରମ୍ଭ ହେବ କୋଭିଡ଼-୧୯ ପରୀକ୍ଷା। ଏହି ସବୁ ମେଡିକାଲ ମାନଙ୍କରେ କୋଭିଡ-୧୯ ପରୀକ୍ଷଣ ପାଇଁ ଆବଶ୍ୟକ ଥିବା ଉପକରଣ ଅନଲାଇନ ଜରିଆରେ ଶୀଘ୍ର କିଣିବା ପାଇଁ ପ୍ରସ୍ତାବ ଦିଆଯାଇଛି।

ଏହା ସହ ୨୦୧୩ର ଟବାକୋ ଆଇନକୁ ଦୃଢ଼ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ବୟସ୍କ ବ୍ୟକ୍ତି ଓ ପ୍ରସୂତି ମହିଳାଙ୍କର କୋଭିଡ଼ ରିପୋର୍ଟ ନେଗେଟିଭ ଆସିଲେ ତୁରନ୍ତ ଘରୋଇ ସଂଗରୋଧରେ ରହିବା ପାଇଁ ତାଙ୍କୁ ନିଜ ଘରକୁ ପଠାଇ ଦିଆଯାଇଛି। ଯେତେବେଳେ ଆବଶ୍ୟକ ପଡିବ ସଙ୍ଗେ ସଙ୍ଗେ ତାଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯିବ।