ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଦାୟିତ୍ଵ ଗ୍ରହଣ କଲେ ପ୍ରଦୀପ ମାଝୀ

ନବରଙ୍ଗପୁର,ଏନ୍‌ଏନ୍ଏସ୍‌: ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ପୂର୍ବତନ ସାଂସଦ ପ୍ରଦୀପ କୁମାର ମାଝୀ ଭୁବନେଶ୍ଵର ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଶୁକ୍ରବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ଓଡ଼ିଶାର ୯ଟି ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ଦିଗରେ କାର୍ଯ୍ୟକାରିବ। ବିଶେଷକରି ନବରଙ୍ଗପୁର, ରାୟଗଡା, କୋରାପୁଟ, ଗଜପତି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ମାଲକାନାଗିରି ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ଦିଗରେ କାର୍ଯ୍ୟ କରିବ।

ରାଜ୍ୟ ସରକାରଙ୍କ ସମସ୍ତ ସ୍କିମର ସୁବିଧା ଯେପରି ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବ ସେଥିପ୍ରତି ଶ୍ରୀ ମାଝୀ ଗୁରୁତ୍ୱ ଦେବେ। ବିଶେଷ କରି ଅନୁସୂଚୀତ ଜନଜାତି, ଜାତି ଓ ସଂଖ୍ୟାଲଘୁ ମାନେ କିପରି ରାଜ୍ୟ ସରକାରଙ୍କ ଯୋଜନାର ସୁଫଳ ପାଇପାରିବେ ସେ ଦିଗରେ ବିଶେଷ ଧ୍ୟାନ ଦେବେ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଉକ୍ତ ପଦବୀ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ହୋଇଥିବାରୁ ବିଭାଗୀୟ ମନ୍ତ୍ରୀ ମାନଙ୍କୁ ପ୍ରସ୍ତାବ ମାନ ଦେଇପାରିବେ।

ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ, ଲକ୍ଷ୍ମୀପୁର ବିଧାୟକ, କୋରାପୁଟ ବିଧାୟକ, ଗୁଣୁପୁର ବିଧାୟକ, ବିଭାଗୀୟ ସଚିବ, ବିଜେଡି ନେତା ସରୋଜ ପାତ୍ର, ରାଜ୍ୟ ଯୁବ ବିଜେଡି ସମ୍ପାଦକ ରବି ରାଜେଶ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମିତ ପୁଜାରୀ, ମାଲକାନଗିରି ଜିଲ୍ଲା ବିଜେଡି ମହିଳା ସଭାପତି ଲକ୍ଷ୍ମୀପ୍ରିୟା ନାୟକ, ନବରଙ୍ଗପୁର ଜିଲ୍ଲା ରାଇଘର ଜୋନ ଜିଲ୍ଲାପରିଷଦ ସଭ୍ୟ ଯତୀନ୍ଦ୍ର ଗଣ୍ଡ, ତେନ୍ତୁଳିଖୁଣ୍ଟି ଲ୍ୟାମ୍ପସ ସଭାପତି ଅଖିଳ ଭତରା, ଫାରୁକ ଅହମ୍ମଦଙ୍କ ସମେତ ୯ଟି ଜିଲ୍ଲାର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ।