କେନ୍ଦ୍ରୀୟ ସୁରକ୍ଷା ବଳ ଦ୍ୱାରା ଜନ ହିତକର କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ମାଓ ଉପଦୃତ ତୁମୁଡ଼ିବନ୍ଧ ଥାନାସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ଏ/୧୨୭ ବାଟାଲିୟନ ତରଫରୁ ଏକ ଜନ ସହାୟତା କାର୍ଯ୍ୟକ୍ରମ ତୁମୁଡ଼ିବନ୍ଧ ବସଷ୍ଟାଣ୍ଡ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ମାନବିକ ନଗରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୧୨୭ କମାଣ୍ଡେଣ୍ଟ ଆନନ୍ଦ ଝା, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଧର୍ମେନ୍ଦ୍ର କୁମାର, ପ୍ରଦୀପ ଭିକେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଳିତ ସୋରେଙ୍ଗ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ, ତୁମୁଡ଼ିବନ୍ଧ ସରପଞ୍ଚ ପ୍ରିୟଙ୍କା ପୋଡ୍ରା ଓ ପ୍ରମୋଦ ମାନସେଠଙ୍କ ସମେତ ଅଞ୍ଚଳର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଉପସ୍ଥିତ ଅତିଥିବୃନ୍ଦ ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳର ଜଗନ୍ନାଥପଡ଼ା, ତୁମୁଡ଼ିବନ୍ଧ, ମହୁଲିଭୁରି, ଡ଼ଙ୍ଗରପଦାର, ମଳିପଡ଼ା, ଟାଙ୍ଗପାଙ୍ଗା, ଭାଲିଆପାଣି, ମାଡ଼ିପଡ଼ା ଓ ପଲ୍ଲିସାହିର ଯୁବକ, କ୍ଲବ ଓ ଗ୍ରାମବାସୀଙ୍କୁ ଭଲିବଲ, ଭଲିବଲ୍ ନେଟ, ଫୁଟବଲ, ହ୍ୟାଣ୍ଡବଲ ଓ ବିଭିନ୍ନ ରୋଷଇ ସାମଗ୍ରୀ ପ୍ରଦାନ କରିଥିଲେ । ଏହି ଯୋଜନା ଅଧୀନରେ ମୋଟ ୨୦ଟି ପରିବାର ଏବଂ ୪ଟି ଯୁବ କ୍ଲବକୁ ଉକ୍ତ ସାମଗ୍ରୀ ବଣ୍ଟା ଯାଇଥିବାବେଳେ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହେବ ବୋଲି କମାଣ୍ଡେଣ୍ଟ ଶ୍ରୀ ଆନନ୍ଦ ଝା ସୂଚନା ଦେଇଛନ୍ତି ।