ଭୁବନେଶ୍ୱର,ଏନ୍ଏନ୍ଏସ୍: ପାରାଦୀପ ଫସ୍ଫେଟ୍ ଲିମିଟେଡ୍ର ଇନିସିଆଲ୍ ପବ୍ଲି୍କ୍ ଅଫର୍ (ଆଇପିଓ) ୨୦୨୨ ମେ’ ୧୭ରେ ଖୋଲିବ। ଆଙ୍କର ନିବେଶକଙ୍କ ବିଡ୍/ଅଫର୍ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ରହିବ ଓ ସେହି ତାରିଖ ହେଉଛି ୨୦୨୨ ମେ’ ୧୩। ଏହି ଅଫର୍ର ମୂଲ୍ୟ ବ୍ୟାଣ୍ଡ୍ ଇକ୍ୱିଟି ସେୟାର୍ ପିଛା ୩୯ ଟଙ୍କାରୁ ୪୨ ଟଙ୍କା ମଧ୍ୟରେ ରହିବ। ସର୍ବନିମ୍ନ ୩୫୦ଟି ସେୟାର୍ ପାଇଁ ବିଡ୍ ଦାଖଲ କରିହେବ ଏବଂ ଏହା ପରେ ୩୫୦ ଇକ୍ୱିଟି ସେୟାର୍ର ଗୁଣିତକ ହିସାବରେ ଆଗକୁ ବଢ଼ାଇବାକୁ ପଡ଼ିବ।
୧୦,୦୪୦ ନିୟୁତ ଟଙ୍କା ମୂଲ୍ୟର ୧୦ ଟଙ୍କିଆ ଫେସ୍ ଭାଲ୍ୟୁ ଥିବା ନୂଆ ଇକ୍ୱିଟି ସେୟାର୍ ଲଞ୍ଚ କରାଯାଇଛି। ଅଫର୍ ଫର୍ ସେଲ୍ରେ ସାମିଲ ରହିଛି ଜୁଆରି ମାରୋକ୍ ଫସ୍ଫେଟ୍ ପ୍ରାଇଭେଟ୍ ଲିମିଟେଡ୍ର ୬,୦୧୮,୪୯୩ ପର୍ଯ୍ୟନ୍ତ ଇକ୍ୱିଟି ସେୟାର୍ ଓ ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ୧୧୨,୪୮୯,୦୦୦ ଇକ୍ୱିଟି ସେୟାର୍।