ସାହାରା ମୁଖ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତିି; କୋର୍ଟରେ ହାଜର ହେବେନି ସୁବ୍ରତ ରୟ

ନୂଆଦିଲ୍ଲୀ,ଏଜେନ୍ସି: ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପାଇଁ ଆଶ୍ୱସ୍ତିର ବିଷୟ। ହାଇକୋର୍ଟରେ ହାଜିରାକୁ ନେଇ ଦିଆ ଯାଇଥିବା ଆଦେଶ ବିରୋଧରେ ସୁବ୍ରତ ରୟ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପାଟନା ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିବା ସହିତ ହାଜିରାରୁ ରିହାତି ପ୍ରଦାନ କରିଥିଲେ।

ଜଷ୍ଟିସ୍ ଏ ଏମ୍ ଖାନୱିଲକର ଏବଂ ଜେ ବି ପାରଦିୱାଲାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିଲେ। ଏହା ସହିତ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣିକୁ ମେ ୧୯ ତାରିଖରେ କରିବା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। କୋର୍ଟ ପାଟନା ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଆଦେଶକୁ ମଧ୍ୟ ସ୍ଥଗିତ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସୁବ୍ରତ ରୟଙ୍କୁ ଗିରଫ କରିବା ପାଇଁ ବିହାର ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ପାଟନା ହାଇକୋର୍ଟ। ଏହା ପୂର୍ବରୁ ୧୧ ଫେବୃୟାରୀରେ ସାହାରା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡର ଅନ୍ୟ ସଦସ୍ୟ ଏବଂ ରୟଙ୍କ ଜାମିନ ଆବେଦନ ଉପରେ ପ୍ରଶ୍ନବାଚୀ ଲଗାଇଥିଲେ।