ଗାଁ ମଶାଣିରେ ପଡ଼ିରହିଛି ପିପିଇ କିଟ୍ : ସଂକ୍ରମଣ ଭୟରେ ଅଞ୍ଚଳବାସୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଡୁମୁରିଗୁଡ଼ା ଗ୍ରାମର ନେଉଳିଜୁଳି ନାଳ ନିକଟସ୍ଥ ମଶାଣିରେ ପିପିଇ କିଟ୍ ପଡ଼ି ରହିଛି। ଏଥିସହିତ ଫେସ ସିଲଡ଼ ଓ ବ୍ୟବହୃତ ହୋଇଥିବା କିଛି ମାସ୍କ ଓ ହେଡକ୍ୟାପ୍ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ମଶାଣିରେ ଏସବୁ ଜିନିଷ ଫିଙ୍ଗା ଯାଇଥିବା ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏଥିମଧ୍ୟରୁ କିଛି ସାମଗ୍ରୀ ବ୍ୟବହାର ହୋଇନଥିବା ଜଣା ପଡୁଥିବାବେଳେ ଅନ୍ୟକିଛି ସାମଗ୍ରୀ ବ୍ୟବହାର ପରେ ଏଠାରେ ଫିଙ୍ଗା ଯାଇଥିବା ଜଣାପଡ଼ିଛି । କିଏ ଓ କାହିଁକି ଏପରି କରିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।