ହାଥରସ୍ ପୀଡିତାଙ୍କୁ ନ୍ୟାୟ ଦାବିରେ ଜିଲ୍ଲା କଂଗ୍ରେସର ଧାରଣା

କୋରାପୁଟ,ଏନ୍ଏନ୍ଏସ୍ : ହାଥରସ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କୋରାପୁଟ ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଧାରଣା ଦିଆଯାଇଛି। କୋରାପୁଟ ବସଷ୍ଟାଣ୍ଡ ନିକଟସ୍ଥ ଗାନ୍ଧୀ ପାର୍କ ସମ୍ମୁଖରେ ଜିଲ୍ଲା କଂଗେସ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ, କୋରାପୁଟ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଳଦୀପ ଓ ପୂର୍ବତନ ବିଧାୟକ ନିମାଁଇ ସରକାର, କଂଗ୍ରେସ ନେତା ରମେଶ ବାଙ୍କିଆଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଗାନ୍ଧୀଙ୍କ ଫଟୋ ରଖି ଧାରଣା ଦେବା ସହ ଶାନ୍ତି ପ୍ରତିବାଦ ସଭା କରିଥିଲେ।