ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ, ଉଦଘାଟନ ହେଲା ପାୱାର ଚାଳିତ ଆମ୍ବୁଲାନ୍ସ ବୋଟ୍

ଶିକ୍ଷକ କ୍ଲଷ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ମାଲକାନଗିରି,କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯାନବାଇ ମେଡିକାଲରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଉନ୍ନୟନ ପ୍ରଶାସକ ସୁରେଶ ମହାପାତ୍ର ଏବଂ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଉପସ୍ଥିତିରେ ପାୱାର ଚାଳିତ ଆମ୍ବୁଲାନ୍ସ ବୋଟ୍‌ ଉଦ୍‌ଘାଟନ ହୋଇଛି। ସ୍ୱାଭିମାନ ଅଂଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୮ କୋଟି ୧୭ ଲକ୍ଷ ୭୫ ହଜାର ମଞ୍ଜୁର କରିଛନ୍ତି।

ଏହି ଆମ୍ବୁଲାନ୍ସ ସେବାଟି ଯାନବାଇରୁ ବିଚ୍ଛିନ୍ନାଞ୍ଚଳକୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇବ, ଯାହାକି ଏହି ଅଞ୍ଚଳର ୫ ଗୋଟି ଗ୍ରାମ ପଞ୍ଚାୟତ ଯଥା –ପଣଷପୁଟଯୋଡ଼ଆମ୍ବଅଣ୍ଡିରାପାଲି, ଯନ୍ତ୍ରୀ ଓ ଗାଜୁଲୁମାମୁଡ଼ି ଗ୍ରାମ ପଞ୍ଚାୟତର ହଜାର ହଜାର ଜନସାଧାରଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳ ବନ୍ଦୀ ଭିତରେ ରହିଛନ୍ତି। ସେହି ୫ଟି ପଞ୍ଚାୟତକୁ ଯିବାକୁ ହେଲେ ଜଳପଥ ଦେଇ ପ୍ରାୟ ବହୁ ଦୂର ମୋଟର ଲଞ୍ଚ କିମ୍ବା ଦେଶୀ ଡଙ୍ଗା ମାଧ୍ୟମରେ ଯାତାୟାତ କରିବାକୁ ପଡିଥାଏ।

ପୂର୍ବରୁ ବିଛିନାଞ୍ଚଳବାସୀ ଅନେକ ସମୟରେ ସ୍ୱାସ୍ଥ୍ୟସେବା ନିମନ୍ତେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏମିତିକି ଉକ୍ତ ଅଞ୍ଚଳକୁଗମନାଗମନର ବାଟ ନଥିବାରୁ ଜରୁରୀ କାଳୀନ ଚିକିତ୍ସା, ଗର୍ଭବତୀ ମା’ ପିଲା ପ୍ରସବ ପାଇଁ ବହୁ ଦୁଃଖ ଓ ଯନ୍ତ୍ରଣା ଅନୁଭବ କରୁଥିଲେ। ସେହିପରି ମାଲକାନଗିରି ଜିଲ୍ଲାକୁ ୫ଟି ସେକ୍ରେଟାରୀ ଭି.କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ପରେ ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ଯୋଜନା କରାଯାଇଛି। ଶ୍ରୀ ପାଣ୍ଡିଆନଙ୍କ  ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯନ୍ତାପାଇ ପର୍ଯ୍ୟନ୍ତ  ରୋଗୀମାନଙ୍କୁ ଦୈନିକ ମାଗଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସା ପାଇଁ ବିଜୁ ହେଲ୍‌ଥ ଏକ୍ସପ୍ରେସ କାର୍ଯ୍ୟକାରୀ କରାଯାଇଛି।

ଏହି ସେବା ଆରମ୍ଭ ହୋଇ ଥିବାରୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ଏଥି ସହିତ ଗଣଶିକ୍ଷା ମନ୍ତ୍ରୀ ଓ ଉନ୍ନୟନ ପ୍ରଶାସକ ବଡ଼ପଡ଼ା ଠାରେ ସ୍ୱାଭିମାନ ଅଞ୍ଚଳରେ ୯ଟି ପଞ୍ଚାୟତରେ ଶିକ୍ଷାର ବିକାଶ ପାଇଁ ୮କୋଟି ଟଙ୍କା ବ୍ୟୟର ଶିକ୍ଷକ ଆବାସିକ ଭବନ ଓ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଫଳରେ ଉକ୍ତ ଅଞ୍ଚଳ ପାଇଁ ଏହି ସବୁ ସୁବିଧା ଶିକ୍ଷାର ମାନ ପରିବର୍ତ୍ତନ  ଆଣିବାରେ ସହାୟକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ସିଡିଏମଓ ଅଜୟ କୁମାର ବୈଠାରୁ ଉପସ୍ଥିତ ଥିଲେ।