ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲର ରାଜ୍ୟ ସଂପାଦକଙ୍କ ଅକାଳ ବିୟୋଗ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ରାଜ୍ୟ ବିଜୁ ଜନତା ଦଳର ସଂଖ୍ୟାଲଘୁ ସେଲର ରାଜ୍ୟ ସମ୍ପାଦକ ରାମ ନାୟକଙ୍କର ଆଜି ଅପରାହ୍ନ ୩ଟା ସମୟରେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲଠାରେ ମୃତ୍ୟୁ ଘଟିଛି। ମୃତ୍ୟ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ସୂଚନା ମୁତାବକ ରାମନାୟକ ବିଜୁ ଜନତା ଦଳର ଜଣେ ସକ୍ରୀୟ ପୁରାତନ କର୍ମୀ ହୋଇଥିବାବେଳେ ଚଳିତ ସାଧାରଣ ନିର୍ବାଚନ ପୁର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାମନାୟକଙ୍କୁ ରାଜ୍ୟ ସଂଖ୍ୟାଲଘୁ ସେଲର ସମ୍ପାଦକ ଭାବରେ ନିଯୁକ୍ତ କରିଥିଲେ।

ତେବେ ସେ ବହୁ ଦିନ ଧରି କିଡନୀ ଜନିତ ରୋଗରେ ସେ ପିଡ଼ୀତ ରହିଥିବାବେଳେ ନିୟମିତ ଭାବରେ ଚିକିତ୍ସା କରାଇଆସୁଥିଲେ। କିଛି ଦିନ ପୁର୍ବରୁ ସେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଗୁରୁତର ରହିବାରୁ ଏମ୍ସରେ ଭର୍ତିହୋଇଥିଲୋ ରାମନାୟକଙ୍କ ମୃତ୍ୟ ଖବର ମିଳିବା ପରେ ତାଙ୍କ ଗ୍ରାମ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଘୁ-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ,ବିଜେପିର ମହିଳା ନେତ୍ରୀ ତଥା ବିଜେପିର ଘୁ-ଉଦୟଗିରି ଆସନରୁ ଲଢ଼ିଥିବା ଅର୍ଚ୍ଚନା ପ୍ରଧାନ,ସିମନବାଡ଼ି ସରପଂଚ ଅମିତା ନାୟକ,ପରମେ ପ୍ରଧାନ ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ମାନେ ଶୋକପ୍ରକାଶ କରି ରାମ ନାୟକଙ୍କ ଅକାଳ ବିୟୋଗରେ ଗଭୀର ଶୋକପ୍ରକାଶ କରି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।

ମୃତ୍ୟ ବେଳକୁ ତାଙ୍କ ନିକଟରେ ତାଙ୍କ ପୁଅ ଜୀବନଜ୍ୟୋତିନାୟକ ,ସାନଭାଇ ସାଧୁନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ରାତିରେ ତାଙ୍କ ମରଶରୀର ସିମନବାଡ଼ି ବାସଭବନରେ ପହଂଚିବା ପରେ ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।