ଦିଲ୍ଲୀରେ ସଂକ୍ରମଣ ହାର ୬.୪୬ ପ୍ରତିଶତ ବଢ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪ହଜାର ୯୯ ମାମଲା ସାମ୍ନାକୁ ଆସିଛି। ଦିନକ ପୂର୍ବ ତୁଳନାରେ ଏହି ମାମଲା ପ୍ରାୟ ୨୮ ପ୍ରତିଶତରୁ ଅଧିକ ରହିଛି। ଅନ୍ୟପଟେ କରୋନା ସଂକ୍ରମଣ ହାର ୬.୪୬ ପ୍ରତିଶତକୁ ବୃଦ୍ଧି ପାଇଛି। ମେ’ ୧୮ ପରେ ସର୍ବାଧିକ କରୋନା ମାମଲା ରେକର୍ଡ କରାଯାଇଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ବିଭାଗ ମୁତାବକ, ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ୧୪ଲକ୍ଷ ୫୮ହଜାର ୨୨୦ କରୋନା ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୧୪ଲକ୍ଷ ୨୨ହଜାର ୧୨୪ଜଣ ସୁସ୍ଥ ହୋଇଛନ୍ତି ଓ ୨୫,୧୦୦ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୧୦ହଜାର ୯୮୬ଜଣ ଚିକିତ୍ସିତ ହେଉଛନ୍ତି।