କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ ଶୋକସଭା

ରିଆମାଳ,ଏନ୍ଏନ୍ଏସ୍: ପୂର୍ବତନ ବାଚସ୍ପତି, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବ୍ରଜରାଜନଗର ମାନ୍ୟବର ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ ଆଜି ଦେବଗଡ ଜିଲ୍ଲା ବାମଣ୍ଡା କ୍ରାନ୍ତି ଏକତା ମଞ୍ଚ ପକ୍ଷରୁ ଛତାବର ଛକ ଠାରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହିତ ନିରବ ପ୍ରାର୍ଥନା କରାଯାଇଥିଲା। ବାମଣ୍ଡା କ୍ରାନ୍ତି ଏକତା ମଞ୍ଚ ସଭାପତି ବିକାଶ କୁମାର ପ୍ରଧାନଙ୍କ ଆହ୍ୱାନ କ୍ରମେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏକତା ମଞ୍ଚର ସମ୍ପାଦକ ଚନ୍ଦ୍ର ଶେଖର ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

ସୁଧୀର କୁମାର କରପଦାର, ବିଭୂତି ଗଙ୍ଗଦେବ, ମାର୍କଣ୍ଡ ଶତପଥୀ, ପ୍ରଫୁଲ୍ଲ ମହାପାତ୍ର, ପ୍ରମୋଦ ଝାଙ୍କର, ନିରଞ୍ଜନ ଦ୍ୱିବେଦୀ ପ୍ରମୁଖ ସଦସ୍ୟ ମାନେ କିଶୋର ମହାନ୍ତିଙ୍କର ସ୍ମୃତି ଚାରଣ କରିବା ସହିତ ପଶ୍ଚିମ ଓଡିଶା ଏକ ମହାନ ନେତାକୁ ହରାଇଲା ବୋଲି ପରିପ୍ରକାଶ କରିଥିଲେ। ଅନ୍ୟପକ୍ଷରେ କିଶୋର ମହାନ୍ତିଙ୍କର ପ୍ରଚେଷ୍ଟାରେ ଦେବଗଡ ମହାବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟ ହେବା ସହ ଅଡିଟୋରିୟମ୍ ନିର୍ମାଣ ହୋଇଥିଲା ବୋଲି କମିଟିର ବହୁ ସଦସ୍ୟ ପରି ପ୍ରକାଶ କରିଥିଲେ। ଆଜି କମିଟିର ସଦସ୍ୟମାନେ କିଶୋର ମହାନ୍ତିଙ୍କର ଫଟୋ ଚିତ୍ର ତଳେ କ୍ୟାଣ୍ଡେଲ ଜାଳିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ୫ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କମିଟିର ଉପସଭାପତି ମନୋଜ ପ୍ରଧାନ, କୋଷାଧ୍ୟକ୍ଷ ଶଙ୍କର୍ଷଣ ମହାପାତ୍ର, ଅମରେନ୍ଦ୍ର ଗଙ୍ଗଦେବ, ଜିତେନ ଧଳ, ପ୍ରଶାନ୍ତ ଭଞ୍ଜ, ବିନୟ ପ୍ରଧାନ, ଅଶୋକ ଦେହୁରୀ, ବସନ୍ତ ସାହୁ, ପ୍ରିତମ ମହାପାତ୍ର, ବାବୁଲି କର, ସୁଶାନ୍ତ ବେହେରା, ରଞ୍ଜନ ମହାକୁଳ, ଇଲସନ୍ ହେନେଜ, ପ୍ରମୋଦ ପ୍ରଧାନ, ସୁଶାନ୍ତ ବାଙ୍କ, ପପୁ ବିଶ୍ୱାଳ, ସନ୍ତୋଷ କୁମାର ପ୍ରଧାନ, ବନ ବିହାରୀ ସାହୁ, ଅଜିତ କୁମାର ସାହୁ, ମୁନସୁନ ସାହୁ, ସଞ୍ଜୟ କୁମାର ସାହୁ ଓ ନବୀନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।