ମୁମ୍ବାଇରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ବଢ଼ି ଚାଲିଥିବା କରୋନା ସଙ୍କଟ ମଧ୍ୟରେ ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେ ସରକାର ଜାନୁଆରୀ ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହି ସମୟରେ ପିଲାଙ୍କ ଅନଲାଇନ ପାଠପଢ଼ା ଜାରି ରହିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୧୧ହଜାର ୮୭୭ ନୂଆ ମାମଲା ସାମ୍ନାକୁ ଅସିଥିବାବେଳେ ୫୦ଟି ଓମିକ୍ରନ୍ ଆକ୍ରାନ୍ତ ରହିଛନ୍ତି। ଅନ୍ୟପଟେ ୯ଜଣଙ୍କର ମୃତ୍ୟୁ ଘଟିଛି।