ପାଟଣାଗଡ଼,ଏନ୍ଏନ୍ଏସ୍: ରାଜ୍ୟ ସରକାର ଗରିବ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବା ସହ ଲୋକମାନଙ୍କୁ ୧ ଟଙ୍କାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। ଦରଦାମ ଯୋଗୁଁ ନିତିଦିନିଆ ସାମଗ୍ରୀ କିଣିବା ପାଇଁ କିଛି ଗରିବ ଶ୍ରେଣୀର ଲୋକ ଦଲାଲଙ୍କ ହାବୁଡ଼ରେ ପଡି ସରକାର ଦେଇଥିବା ୧ ଟଙ୍କିଆ ଚାଉଳକୁ ୧୮ ଟଙ୍କାରେ ବିକି ଦେଉଛନ୍ତି। ଏହାର ଏକ ପ୍ରମାଣ ମିଳିଛି ପାଟଣାଗଡ଼ ସହରରେ ଥିବା ୬ ଓ ୮ ନମ୍ବର ୱାର୍ଡର ସଆରା ପଡ଼ାରେ। ସୂଚନା ଅନୁଯାୟୀ ଦୁଣ୍ଡେଲ ଗାଁ’ର ଜଣେ ଅସାଧୁ କଲା ବେପାରୀ ମାଧବ ମେହେର ଏକ ପିକ୍ଅପ୍ ଭେନ ଯାହାର ନମ୍ବର ଓଡ଼ି-୦୩ଟି-୫୬୨୩ରେ ପିଡ଼ିଏସ୍ ଚାଉଳ ୧୮ ଟଙ୍କାରେ କିଣି ଗାଡ଼ିରେ ଭର୍ତ୍ତି କରିଥିଲେ।
