ଏମ୍ସରେ ଗରିବଙ୍କୁ ମାଗଣାରେ ଇକମୋ ଚିକିତ୍ସା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱର ଏମ୍ସରେ ଗରିବ ଲୋକଙ୍କୁ ମାଗଣାରେ ଇକମୋ ଚିକିତ୍ସା ମିଳିବ। ରାସନକାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ଏହି ଚିକିତ୍ସା ଉପଲବ୍ଧ କରାଯିବ। ଏନେଇ ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ଏମ୍ସରେ ଇକମୋ ଚିକିତ୍ସା ଜୁଲାଇ ୧୫ରୁ ଆରମ୍ଭ ହୋଇଛି।