କରୋନାରେ ଗଲା ୬୬ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଆଉ ୬୬ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତକଙ୍କ ସଂଖ୍ୟା ୭,୨୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ ଜଗତସିଂହପୁରରୁ ୧୧, କଟକରୁ ୧୦, ଢେଙ୍କାନାଳରୁ ୮, କେନ୍ଦ୍ରାପଡ଼ାରୁ ୭, ଅନୁଗୁଳ ଓ ଯାଜପୁରରୁ ୬ ଲେଖାଏଁ, ଭଦ୍ରକରୁ ୫, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୩, କେଉଁଝର ମୟୁରଭଞ୍ଜ ଓ ନୟାଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।