ଭବାନୀପାଟଣା ମ୍ୟାରେଜ ପ୍ୟାଲେସରେ ପୁଲିସ ଚଢ଼ଉ, ମାଲିକ ଥାନାରେ ଅଟକ

ଭବାନୀପାଟଣା,ଏନ୍ଏନ୍ଏସ୍: ବିଳମ୍ବିତ ରାତିରେ ଭବାନୀପାଟଣା ସହରର ମ୍ୟାରେଜ ପ୍ୟାଲେସଠାରେ ବଜାର ପଡାର ଆୟୁବ ଅଲି ଖାଁ ଝିଅ ବାହାଘର କରୁଥିଲେ। କରୋନା ଯୋଗୁଁ ସରକାରୀ ଗାଇଡ଼ ଲାଇନ ପାଇଁ ପୁଲିସ ଚଢ଼ଉ କରିଥିଲା। ଏହି ପରିପ୍ରେକ୍ଷୀରେ ମ୍ୟାରେଜ ପ୍ୟାଲେସର ମାଲିକ ପ୍ରକାଶ ଅଗ୍ରବାଲଙ୍କୁ ପୁଲିସ ଅଟକ ରଖିଥିବା ଆଇଆଇସି ସତ୍ୟ କୁମାର ନନ୍ଦ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ବର୍ତ୍ତମାନ କରୋନା ଭାଇରସ ଯୋଗୁଁ ସବୁ ଭିଡ ସ୍ଥାନମାନଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସରକାର ବନ୍ଦ ରଖିବାକୁ ନୋଟିସ ଜାରି କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଭବାନୀପାଟଣାର ଏକ ମ୍ୟାରେଜ ହଲରେ ଲୋକ ଗହଳି ହୋଇଥିବା ଦେଖି ସେଠାରେ ଚଢ଼ଉ କରାଯାଇଥିଲା। ଗତକାଲି ଜିଲ୍ଲାପାଳ ଡା ଗାଭାଳି ପରାଗ ହର୍ଷଦ ଥୁଆମୂଳ ରାମପୁର ବ୍ଲକ୍ ଗସ୍ତରେ ଯାଇଥିଲେ। ବାଲିସରା ସବ ସେଣ୍ଟରର ଏଏନଏମ ସବିତା ପ୍ରଧାନ ହେଡକ୍ୱାର୍ଟରରେ ଅନୁପସ୍ଥିତ ଥିଲେ। ତାଙ୍କୁ ଜିଲ୍ଲାପାଳ କାର୍ୟ୍ୟରୁ ନିଲମ୍ବନ କରିଥିଲେ।