ଇଟାଲୀରେ କରୋନା ତାଣ୍ଡବ, ମୃତ୍ୟୁ ସଂଖ୍ୟ ୩୪୦୫କୁ ଛୁଇଁଲା

ଇଟାଲୀ,ଏଜେନ୍ସି: ସାରା ବିଶ୍ୱରେ ଏ ପର୍ଯ୍ୟନ୍ତ କରୋନା ଭାଇରସରେ ଅଧିକ ସଂକ୍ରମିତ ହୋଇଛି ଇଟାଲୀ। ୧୯ ମାର୍ଚ୍ଚରେ ଇଟାଲୀରେ ମୃତ୍ୟୁ ସଂଖ୍ୟା ଚୀନ୍‌ ଠାରୁ ମଧ୍ୟ ବୃଦ୍ଧି ପାଇଛି। ଇଟାଲୀ ଏପର୍ୟ୍ୟନ୍ତ ୩୪୦୫ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଠାରେ ୨୧ ଫେବୃଆରୀରେ କୋରୋନା ଭୂତାଣୁ ବ୍ୟାପିବା ଆରମ୍ଭ କରିଥିଲା।

ଇଟାଲୀରେ ବୁଧବାର ଦିନ ହିଁ ୪୭୫ ଜଣ ମୃତ୍ୟୁ ମୁଖରେ ପଡିଥିଲେ। ସିବିଲ ପ୍ରୋଟେକ୍ସନ ଏଜେନ୍ସି ଅନୁସାରେ ଇଟାଲୀରେ ୪୧,୦୩୫ ମାମଲା ସାମ୍ନାକୁ ଆସିଛି। ଗତ ତିନି ଦିରେ ଇଟାଲିରେ କୋରୋନା ମାମଲା ୧୪.୯ ପ୍ରତିଶତକୁ ବୃଦ୍ଧି ପାଇଛି। ବୟଷ୍କ ବ୍ୟକ୍ତିଙ୍କ ପାଇଁ କୋରୋନା ଭାଇରସ୍‌ରେ ସବୁଠାରୁ ବିପଦ ରହୁଛି। ସାରା ବିଶ୍ୱର ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟାରେ ଦ୍ୱିତୀୟ ସ୍ଥନାରେ ରହିଛି ଇଟାଲି। ଏଥିସହିତ ଏଠାରେ ଯୁବାପୀଢି ବୟଷ୍କ ଲୋକଙ୍କ ସସ୍ପର୍ଶରେ ଅଧିକ ଆସିଥାନ୍ତି। ଯେଉଁଥିପାଇଁ ଇଟାଲୀରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସେହିପରି ଚୀନ୍‌ରେ ମୃତ୍ୟୁ ସଂଖ୍ୟା ଏପର୍ୟ୍ୟନ୍ତ ୩୨୪୫ ରେ ପହଞ୍ଚିଛି।