ଆନ୍ଦୋଳନରତ ଚାଷୀଙ୍କୁ ଉଠାଇ ନେଲା ପୁଲିସ

ବରଗଡ଼,ଏନ୍ଏନ୍ଏସ୍: ଅତାବିରାରେ ପାଞ୍ଚ ଦଫା ଦାବି ନେଇ ରାସ୍ତାରୋକ କରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ପୁଲିସ ଉଠାଇ ନେଇଛି। ଶନିବାର ୧୧ ଟାରୁ ଚାଲିଥିବା ଏହି ରାସ୍ତାରୋକ ଯୋଗୁଁ ୫୩ ନମ୍ବର ଜାତୀୟ ରାଜପଥ ଠପ ହୋଇପଡିଥିବା ବେଳେ ଅପରାହ୍ଣ ପ୍ରାୟ ୫ ଟାରେ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି।

ଚାଷୀ ନେତା ଲିଙ୍ଗରାଜ, ଶିବ ପ୍ରସାଦ ପ୍ରଧାନ, ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, ସୁଶୀଲ ସାହୁ, ହର ବଣିଆ, ଅରୁଣ ସାହୁ, ମହମ୍ମଦ ନିଜାମ, ଲକ୍ଷ୍ମଣ ସୁନା, ବାଲକିଶୋର ଛତ୍ତର ସମେତ ବହୁ ଚାଷୀଙ୍କୁ ପୁଲିସ ଉଠାଇ ନେଇ ଗିରଫ କରିଥିଲା। ପରେ ଅତାବିରା ପୁଲିସ ଗିରଫ ଚାଷୀମାନଙ୍କୁ ବ୍ୟକ୍ତିଗତ ଜାମିନରେ ଛାଡିଥିବା ଜଣାପଡିଛି।