ଆଉ ଜଣେ କରୋନା ଯୋଦ୍ଧାଙ୍କୁ ହରାଇଲା ଜିଲ୍ଲା ପୁଲିସ୍

କୋରାପୁଟ,ଏନ୍ଏନ୍ଏସ୍: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପୁଲିସ୍ ବିଭାଗର ଅନେକ କରୋନା ଯୋଦ୍ଧା ମୃତ୍ୟୁବରଣ କରିଥିବାବେଳେ ଗତକାଲି କୋରାପୁଟ ଜିଲ୍ଲା ପୁଲିସ୍ ଆଉ ଜଣେ କରୋନା ଯୋଦ୍ଧାଙ୍କୁ ହରାଇଛି। ଜିଲ୍ଲା ପୁଲିସର ହାବିଲଦାର ମେଜର୍ ପ୍ରଫୁଲ୍ଲ କୁମାର ଖଣ୍ଡୁଆଳ କରୋନା ପଜିଟିଭ ଚିହ୍ନଟ ହେବା ପରେ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ଖଣ୍ଡୁଆଳଙ୍କ କର୍ତବ୍ୟ ନିଷ୍ଠା ଓ କାର୍ଯ୍ୟ ଦକ୍ଷତାକୁ ଏସପି ମୁକେଶ କୁମାର ଭାମୁ ସ୍ମରଣ କରିବା ସହ ତାଙ୍କ ବିୟୋଗ ଜିଲ୍ଲା ପୁଲିସ୍ ପାଇଁ ଅପୂରଣୀୟ କ୍ଷତି ବୋଲି ଟୁଇଟ୍ କରିଛନ୍ତି।