କେହି ୪୦ ସିଟ ପାଇ କେମିତି ହୋଇପାରିବେ ମୁଖ୍ୟମନ୍ତ୍ରୀ : ଆରଜେଡି

ନୂଆଦିଲ୍ଲୀ,ଏଜେନ୍ସି: ବିହାର ନିର୍ବାଚନରେ ଏନଡିଏ ବହୁମତ ପାଇ ସରକାର ଗଠନ କରିବାକୁ ଯାଉଛି। ଅଳ୍ପ କିଛି ସିଟ ପାଇଁ ମହାଗଠବନ୍ଧନ ସରକାର ଗଠନ କରିବାରୁ ବଞ୍ଚିତ ରହିଲା। ସ୍ଥାନୀୟ ବିଜେପି ନେତା ଏବଂ ରାଜ୍ୟସଭା ସାଂସଦ ମନୋଜ ଝା ନୀତିଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ରବିବାର ଏକ ସାକ୍ଷାତକାରରେ ମନୋଜ ଝା କହିଛନ୍ତି ‘କେହି କେମିତି ୪୦ ସିଟ ପାଇ ମୁଖ୍ୟ ମନ୍ତ୍ରୀ ହୋଇପାରିବେ’। ସେ କହିଛନ୍ତି ବିହାର ଏହାର ବିକଳ୍ପ ଖୋଜି ନେବ। ଏହି ପ୍ରକ୍ରିୟା ପାଇଁ ସପ୍ତାହ କିମ୍ବା ଏକ ମାସ ସମୟ ଲାଗିପାରେ। ହେଲେ ଏମିତି ହିଁ ହେବ।

  ଅନ୍ୟପକ୍ଷରେ ଆଜି ବିଜେପି ଓ ଜେଡିୟୁର ନିବନିର୍ବାଚି ବିଧାୟକ ମାନେ ଅଲଗା ଅଲଗା ବୈଠକ ପରେ ଏନଡିଏ ବିଧାୟକଙ୍କ ବୈଠକ ହୋଇଥିଲା। ଏହି ବୈଠକରେ ଏନଡିଏ ନେତାମାନେ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି। ଏହାସହ ସୁଶିଲ ମୋଦୀଙ୍କୁ ବିଧାୟକମଣ୍ଡଳ ନେତା ଭାବେ ବାଛିଛନ୍ତି। ପୁଣି ଥରେ ଏହି ଦୁଇ ନେତା ବିହାରରେ ଶାସନ କରିବା ନେଇ ରାସ୍ତା ସଫା ହୋଇଯାଇଛି।