ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ପାମେଡ ଥାନା ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀ ନିହତ ହୋଇଛି। ଏଥିରେ ୨ ଜଣ ଜବାନ ଗରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସକାଳେ ଏସଟିଏଫ, ଡିଆରଜି ଓ କୋବ୍ରା ବାଟାଲିୟନର ଜବାନମାନେ ତଲାସୀ ଅଭିଯାନରେ ବାହାରିଥିଲେ। ଏହି ସମୟରେ ଭଟ୍ଟିଗୁଡା ନିକଟସ୍ଥ ମୁକରାଜଗାଟ୍ଟା ଜଙ୍ଗଲରେ ମାଓବାଦୀମାନେ ସୁରକ୍ଷାକର୍ମିଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାକର୍ମିମାନେ ମଧ୍ୟ ପାଲଟା ଜବାବ ଦେଇ ଗୁଳିଚାଳନା କରିଥିଲେ।