ପୁଲିସ ଡିଜି ଅଭୟଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,ଏନ୍ଏନ୍ଏସ୍: ରାଜ୍ୟ ପୁଲିସ ଡିଜି ଅଭୟ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ଫେରିଛନ୍ତି। ପ୍ରଥମେ ସେ ସ୍ୱାଭିମାନ ଅଂଚଳ ଗସ୍ତ କରି ଯୋଡ଼ାମ୍ବଠାରେ ଏକ ନୂତନ ପୁଲିସ ଥାନା ଉଦଘାଟନ କରିଥିଲେ। ଏଥିସହ ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ଏହି ସମୟରେ ଥାନା ବୁଲି ଦେଖିବା ସହ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସେଠାରେ ବିଏସଏଫର ବିରଷ୍ଠ ଅଧିକାରୀଙ୍କ ସହ ମାଓ ଦମନ ଉପରେ ଆଲୋଚନା କରିବା ପରେ ଜିଲ୍ଲା ପୁଲିିସ କାର୍ଯ୍ୟାଳୟଠାରେ ବରିଷ୍ଠ ପୁଲିିସ ଅଧିକାରୀ ଓ ବିଏସଏଫର ବରିଷ୍ଠ ଅଧିକାରୀଙ୍କ ମାଓ ଦମନ, ଗତିବିଧି, ସୁରକ୍ଷା ସ୍ଥିତି ଓ ସ୍ୱାଭିମାନ ଅଂଚଳରର ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଡିଜିଙ୍କ ଏହି ଗସ୍ତ ସମୟରେ ଆଇଜି ଅପରେସନ ଅମିତାଭ ଠାକୁର, ଏସଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସଫିନ କେ. ଅହମ୍ମଦ, ମାଲକାନଗିରି ଏସପି ଋିଷିକେଶ ଡି. ଖିଲାରୀଙ୍କ ସହ ବହୁ ଅଧିକାରୀ ଯୋଗ ଦେଇଥିଲେ।