ଖୁସି ଖବର : ସୁସ୍ଥହେଲେ ୨୩୭ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୫୩୪କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟପାଇଁ ଖୁସି ଖବର । ଆଜି ଗୋଟିଏ ଦିନରେ ସର୍ବାଧିକ ୨୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୮ ଜିଲ୍ଲାରୁ ଆକ୍ରାନ୍ତ ମାନେ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୫୩୪ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍ ଯୋଗେ ଏନେଇ ସୂଚନା ଦିଆଯାଇଛି। ସୁସ୍ଥଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ରହିଛନ୍ତି।

କଟକରୁ ୭୦ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୫୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୦ ଜଣ, ଗଞ୍ଜାମରୁ ୧୭ ଜଣ, କନ୍ଧମାଳୁ ୧୯ଜଣ, ଭଦ୍ରକରୁ ୯ଜଣ, ମୟୂରଭଞ୍ଜରୁ ୯ଜଣ, କେନ୍ଦୁଝରରୁ ୮ ଜଣ, ପୁରୀରୁ ୭ଜଣ, ଢେଙ୍କାନାଳରୁ ୭ ନୟାଗଡ଼ରୁ ୪ ଓ କେନ୍ଦ୍ରାପଡ଼ାରୁ ୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଳାହଣ୍ଡି , ମାଲକାନଗିରି, ସମ୍ବଲପୁରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।