ପ୍ରଯୋଜିକା ଏକତା କପୁରଙ୍କ ଧାରାବାହିକ ‘ପବିତ୍ର ରିସ୍ତା’ ସୁଶାନ୍ତ ସିଂହ ରାଜପୁତଙ୍କୁ ଘରେ ଘରେ ପରିଚିତ କରିଦେଇଥିଲା। ଏ ଧାରାବାହିକରେ ସୁଶାନ୍ତଙ୍କ ବିପକ୍ଷରେ ନାୟିକା ଥିଲେ ଅଙ୍କିତା ଲୋଖାଣ୍ଡେ। ଦୁହିଁଙ୍କ ଅନସ୍କ୍ରିନ ଅର୍ଥାତ ପର୍ଦ୍ଦା ରୋମାନ୍ସକୁ ବେଶ ପସନ୍ଦ କରିଥିଲେ ଦର୍ଶକ। ଅଭିନୟ କରୁ କରୁ ବାସ୍ତବ ଜୀବନରେ ମଧ୍ୟ ପରସ୍ପରକୁ ପ୍ରେମ କରି ବସିଲେ ସୁଶାନ୍ତ ଓ ଅଙ୍କିତା। ଦୁହେଁ କିଛି ବର୍ଷ ଏକାଠି ମଧ୍ୟ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ସୁଶାନ୍ତ ଓ ଅଙ୍କିତାଙ୍କର ବ୍ରେକଅପ ହୋଇଥିଲା। କ୍ରିତି ସାନନ ଓ ରୀୟା ଚକ୍ରବର୍ତ୍ତୀଙ୍କ ସହ ସୁଶାନ୍ତଙ୍କର ନାଁ ଯୋଡ଼ାହେଲା। ତେଣେ ଅଙ୍କିତା ଜଣେ ବ୍ୟବସାୟୀଙ୍କୁ ଡେଟ କରୁଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେଲା।
ତେବେ ଏସବୁ ସତ୍ତେ୍ୱ ସୁଶାନ୍ତ, ଅଙ୍କିତାଙ୍କୁ ଭୁଲିପାରିନଥିଲେ ବୋଲି କହିଛନ୍ତି ସୁଶାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର କେ.ସି. ଚାୱଲା। ପ୍ରାୟ ବର୍ଷେ ତଳୁ ଡିପ୍ରେସନର ଶିକାର ହୋଇଥିବା ସୁଶାନ୍ତ ତାଙ୍କ ନିକଟକୁ ୬ ମାସ ତଳେ ଆସିଥିଲେ ବୋଲି କହିଛନ୍ତି ଏହି ଡାକ୍ତର ଚାୱଲା। ଅଙ୍କିତାଙ୍କୁ ସେ ଖୁବ ମିସ କରୁଛନ୍ତି। ଅଙ୍କିତାଙ୍କ ସହ ବ୍ରେକଅପ ତାଙ୍କର ବଡ଼ ଭୁଲ୍ ଥିଲା ବୋଲି ବି ସେ କହିଥିଲେ ବୋଲି ପ୍ରକାଶ କରିଛନ୍ତି ଡାକ୍ତର ଚାୱଲା। ପହଞ୍ଚିଯାଉଥିଲେ