ପାଟ୍ରୋଲିଂ କାରକୁ ଧକ୍କାଦେଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଅଧିକାରୀ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ରିଜର୍ଭ ପୁଲିସ ପକ୍ଷରୁ ରାତ୍ରୀକାଳୀନ ପାଟ୍ରୋଲିଂ ସମୟରେ ପୁଲିସ କାରକୁ ଏକ କଣ୍ଟେନର ଧକ୍କାଦେଇଛି । ଫଳରେ ଗାଡିଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଗାଡିରେ ଥିବା ଅଧିକାରୀ ଓ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ରିଜର୍ଭ ପୁଲିସରେ କାର୍ଯ୍ୟରତ ଡ୍ରିଲ ସବଇନ୍ସପେକ୍ଟର ପରିକ୍ଷିତ ନାଏକ ସହରର ବିଭିନ୍ନ ସ୍ଥାନରେ ମୁତୟନ ହୋଇ କାର୍ଯ୍ୟନିର୍ବାହ କରୁଥିବା ଗୃହରକ୍ଷୀ ଓ ପୁଲିସ କର୍ମଚାରୀଙ୍କ କାର୍ଯ୍ୟ ନିରୀକ୍ଷଣ କରୁଥିଲେ। ରାତି ପ୍ରାୟ ୨ଟା ସମୟରେ ୪୯ ନଂ ଜାତୀୟ ରାଜପଥ କଡରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ଦେଖି ଗାଡିରେ ଥିବା ଅଧିକାରୀ ଜଣକ ଗାଡିରୁ ଓହ୍ଲାଇ ସେମାନଙ୍କୁ ପଚରା ଉଚୁରା କରୁଥିବା ସମୟରେ ଏକ କଣ୍ଟେନର କାରକୁ ଧକ୍କା ଦେଇଥିଲା। କାରଟି କଣ୍ଟେନରର ସମ୍ମୁଖ ଭାଗରେ ପଡ଼ିଯିବାରୁ କଣ୍ଟେନର ଆଗକୁ ଯାଇ ପାରିନଥିଲା। ଖବରପାଇ ଦେବଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ କାର ଓ କଣ୍ଟେନରକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି।