ସିରିଗିଡି ଗ୍ରାମରେ ବିଦ୍ୟୁତ୍ ବିଲ ନାଁରେ ଗ୍ରାହକଙ୍କୁ ଶୋଷଣ

ନୂଆପଡ଼ା,ଏନ୍ଏନ୍ଏସ୍: ଜଣେ ଗରିବ ପରିବାର ଯେତେ ପରିମାଣରେ ବିଦ୍ୟୁତ ଖର୍ଚ୍ଚ କରନ୍ତି ନାହିଁ ତାଠାରୁ ଅଧିକ ବିଦ୍ୟୁତ ବିଲ୍ ଆସୁଥିବା ସିରିଗିଡି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନା ଥାଉକି, ନୂଆପଡା ବ୍ଲକ କେନ୍ଦୁବାହାରା ପଞ୍ଚାୟତର ସିରିଗିଡି ଗ୍ରାମରେ ଆଜକୁ ୭ ବର୍ଷ ତଳେ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ୩ ବର୍ଷ ଧରି ଗାଁର ଗରିବ ହିତାଧିକାରୀଙ୍କ ନିକଟକୁ ବିଦ୍ୟୁତ୍ ବିଲ ଆସିନଥିଲା । ଗତ ୨୦୧୭ ରେ ହିତାଧିକାରୀଙ୍କ ନିକଟକୁ ୧୫ ହଜାରରୁ ୨୦ ହଜାର ଟଙ୍କାର ବିଲ ଆସିଥିଲା। ଏହି ବିଲକୁ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ। କିଛିଲୋକ ପାର୍ଯ୍ୟାୟକ୍ରମେ ବିଦ୍ୟୁତ୍ ବିଲ ପୈଠ ମଧ୍ୟ କରିଛନ୍ତି। ଗତ ଡିସେମ୍ବର ମାସରେ ପିଲାବାଇ ଲୋହାରଙ୍କ ନାଁରେ ୫୯,୮୩୭ ଟଙ୍କା ର ବିଲ୍ ଆସିଥିଲା । ପିଲାବାଇ ଘରେ ଗୋଟିଏ ଟିଭି ରଖିବା ସହ ୪ଟି ବଲବ ବ୍ୟବହାର କରୁଛନ୍ତି। ସେହିପରି ଗାଁର ସାଧୁରାମ ମାଝୀଙ୍କ ୩୨ ହଜାର ଟଙ୍କାର ବିଲ ଆସିଥିବା ବେଳେ ସାଧୁରାମ ଜାନୁଆରୀ ମାସରେ ୩୯୦୦ ଟଙ୍କା ବିଲ ପୈଠ କରିଥିବା ସତ୍ତେ୍ୱ ଗତକାଲି ତାଙ୍କ ବିଜୁଳିକୁ ସଂଯୋଗ କରିଛନ୍ତି । ଗାଁର ପଣ୍ଡିତ ଖଇରା ଏକ ଟିଭି ଚଳାଇବା ସହ ୩ ଟି ବଲବ ବ୍ୟବହାର କରୁଛନ୍ତି। ତାହା ସତ୍ତେ୍ୱ ୨୦୨୦ ମାର୍ଚ୍ଚ ୨୦ରେ ୪ ୦୦୦, ସେପ୍ଟେମ୍ବର ୯ ରେ ୬,୭୦୦ ଓ ଗତକାଲି ୩୧୦୦ ଟଙ୍କା ର ବିଲ ପୈଠ କରିଛନ୍ତି । ଏଭଳି ୧୦ ମାସରେ ୧୩, ୭୦୦ ଟଙ୍କା ପୈଠ କରିଛନ୍ତି । ଗ୍ରାମର ଜଲସିଂ ଖଇରା ଏକ ଟିଭି ଓ ୪ ଟି ବଲବ ଚଳାଉଥିବା ବେଳେ ଗତ ଡିସେମ୍ବର ମାସରେ ୪୯,୬୮୪ ଟଙ୍କାର ବିଲ୍ ଆସିଛି ।

ଗତ ଡିସେମ୍ବର ଗୋଟିଏ ମାସରେ ୭୨୮ ଟଙ୍କା ପୁଣି ଥରେ ବିଲ୍ ଆସିଛି । ସେହିପରି ଗ୍ରାମର ଅନେକ ହିତାଧିକାରୀଙ୍କ ନାମରେ ହାଜର ହାଜର ଟଙ୍କାର ବିଲ୍ ଆସିଛି। ରତିରାମ ରାଉତଙ୍କ ୧୯,୦୧୩ଟଙ୍କା, ପ୍ରତିମ ପାଣ୍ଡେ ୧୭,୬୩୮ ଚୈତ୍ରରାମ ରାଉତଙ୍କ ୧୯,୫୪୫ ଉଗ୍ରେ ଖଇରା ୩୫,୯୮୮ ଜୀବରଧନ ଖଇରାଙ୍କ ୩୭,୦୯୫ ଟଙ୍କ. ଚଇନବାଇ ଖଇରାଙ୍କ ୯୦୦୦ଟଙ୍କା, ଦୋସି ଖଇରା ୧୨,୧୭୧ , ବିସିକେସନ ଖଇରା ୨୦,୬୦୦ , ଦୁଖୀ ଖଇରା ୧୯୦୩ , ବୈଗା ଖଇରା ୭୭୧୧ ଟଙ୍କା ର ବିଲ୍ ଆସିଛି। ଗ୍ରାମର ସମସ୍ତ ଗ୍ରାହକମାନେ ଟିଭି ଓ ବଲବ ଜଳାଉଥିବା ସତ୍ତେ୍ୱ ମାସିକ ଏକ ହାଜରରୁ ୨୨୦୦ ଟଙ୍କା ର ବିଲ୍ ଆସୁଛି। ଏଭଲି ସୀମାନ୍ତ ଗାଁରେ ବିଦ୍ୟୁତ ଗ୍ରାହକଙ୍କୁ ବିଜୁଳି ବିଲ ଅସୁଲି ନାମରେ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏମିତିକି ବର୍ଦ୍ଧିତ ବିଲକୁ ନେଇ ଗାଁ ଲୋକେ ବିଭାଗୀୟ ଅଧିକାରୀ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳୁନାହିଁ। ବର୍ଷବର୍ଷ ଧରି ମାତ୍ରାଧିକ ବିଲ ଆସୁଥିବା ଗାଁ ଲୋକେ କହିଛନ୍ତି ।