ହେଲମେଟ ପିନ୍ଧି ନଥିବାରୁ ପୁଲିସର ମାଡ଼: ପ୍ରତିବାଦରେ ଥାନା ଘେରାଉ

ରାୟଗଡ଼ା, ଏନ୍ଏନ୍ଏସ୍: ହେଲମେଟ ପିନ୍ଧି ନଥିବାରୁ ବିଚରାସ୍ତାରେ କାୟଗଡ଼ା ପୁଲିସର ଥାର୍ଡ ଡିଗ୍ରୀ। ସୂଚନା ଅନୁସାରେ ଆଜି ସ୍ଥାନୀୟ ତଳ ଶାଙ୍କଶ ଗାଁ ର ରାହୁଲ ହିମିରିକା (୧୮) ଓ କିଷାନ କୋଲକା (୧୭)ବାଇକରେ ମାଆ ମଝିଘରିଆଣୀ ମନ୍ଦିର ଅଭିମୁଖେ ଯାଉଥିବା ସମୟରେ ସ୍ଥାନୀୟ ଜଗନ୍ନାଥମନ୍ଦିର ନିକଟରେ ପୁଲିସ ସେମାନଙ୍କ ଗାଡି ଅଟକାଇ ଥିଲା। ଏହାପରେ ଗାଡ଼ିରୁ ଚାବି ଟାଣି ନେବାସହ ଲାଠିରେ ଯୁବକଙ୍କୁ ନିସ୍ତୁକମାଡ଼ ମାରିଥିବା ଅଭିଯୋଗ ହୋଇଛି। ଫଳରେ ଯୁବକଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗି ରକ୍ତ ଶ୍ରାବ ହୋଇଥିଲା। ସେ ତଳେ ପଡିଯିବାପରେ ପୁଲିସ  ସେଠାରୁ ଚାଲିଯାଇଥିଲା। ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପୁଲିସର ବର୍ବରତାକୁ ବିରୋଧ କରି ଯୁବକଙ୍କ ପରିବାର ଓ ସ୍ଥାନୀୟଲୋକେ ଟାଉନ ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ବସିରହି ସମ୍ପୃକ୍ତ ପୁଲିସ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରି ଥିଲେ। ରାୟଗଡା ଏସପି ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାପରେ ଧାରଣାରୁ ହଟିଥିଲେ।