ନାଇଜେରିଆରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍

ଅବୁଜା,ଏଜେନ୍ସି: ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ପରେ ଅନ୍ୟତମ ଆଫ୍ରିକୀୟ ଦେଶ ନାଇଜେରିଆରେ କରୋନା ଭୂତାଣୁର ଏକ ନୂଆ ଷ୍ଟ୍ରେନ୍ ମିଳିଛି। ଗୁରୁବାର ଆଫ୍ରିକାର ବରିଷ୍ଠ ସାର୍ବଜନିକ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ଯେ, କରୋନାର ଏହି ନୂଆ ଷ୍ଟ୍ରେନ୍ ନାଇଜେରିଆ ବାସିନ୍ଦାଙ୍କଠାରୁ ମିଳିଛି। ଏହି ଷ୍ଟ୍ରେନ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଏକ ବୈ÷ଜ୍ଞାନିକ ଦଳ ଯାଞ୍ଚ୍ କରୁଛି। ବୁଧବାର ଦକ୍ଷିଣ ଆଫ୍ରିକାରୁ ବ୍ରିଟେନ୍ ଆସିଥିବା ଦୁଇଜଣ ଯାତ୍ରୀଙ୍କଠାରେ କୋଭିଡର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା। ଏହି ନୂଆ ଷ୍ଟ୍ରେନକୁ ବ୍ରିଟିଶ୍ ସ୍ୱାସ୍ଥ୍ୟମନ୍ତ୍ରୀ ୭୦ପ୍ରତିଶତ ଅଧିକ ସଂକ୍ରାମକ ବୋଲି କହିଛନ୍ତି। ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନା ଷ୍ଟ୍ରେନ୍ ଭିନ୍ନ ଧରଣର ବୋଲି ଆଫ୍ରିକା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନର ମୁଖ୍ୟ ଜନ୍ ନେକେଙ୍ଗସାଙ୍ଗ ସୂଚନା ଦେଇଛନ୍ତି। ତେବେ ଭାଇରସର ପ୍ରକୃତି ସମ୍ବନ୍ଧରେ ଅଧିକ ଯାଞ୍ଚ କରାଯାଉଥିବା ସେ କହିଛନ୍ତି। କରୋନା ଭାଇରସର ଏହି ନୂଆ ଷ୍ଟ୍ରେନ ଦୁଇ କିମ୍ବା ତିନି ଆନୁବଂଶିକ ଅନୁକ୍ରମ ଉପରେ ଆଧାରିତ।