ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ, ପୋଚ ଓ ମଦ ଜବତ

କୋରାପୁଟ,ଏନ୍ଏନ୍ଏସ୍: ବୈପାରିଗୁଡ଼ା ଥାନା ମନ୍ତ୍ରୀଆମ୍ବ ଗ୍ରାମରେ ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣର ପୋଚ ଓ ଦେଶୀ ରନ୍ଧା ମଦ ଜବତ କରିଛି। ଉକ୍ତ ଅଞ୍ଚଳରେ ବ୍ୟାପକ ଚୋରା ମଦ ପ୍ରସ୍ତୁତ ହେଉଥିବା ଅଭିଯୋଗ ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀ ସେହି ଅଞ୍ଚଳରେ ଚଢ଼ଉ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜୟପୁର ଅବକାରୀ ନିରୀକ୍ଷକ ଦୁର୍ବାଦଳ ବିଶ୍ୱାଳ, ଭାରପ୍ରାପ୍ତ ଡିଏଫଏସ୍ ଇନ୍ସପେକ୍ଟର ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ୨୦୦୦ ଲିଟର ପୋଚ ଓ ୩୦୦ ଲିଟର ଦେଶୀ ମଦ ଜବତ କରିଥିଲେ। ସେହିପରି ଲିମା ଓ ଖରାଗୁଡ଼ାରେ ମଧ୍ୟ ଚଢ଼ଉ କରି ୩୨ ଲିଟର ଦେଶୀ ମଦ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଥିବା ନେଇ ଇନ୍ସପେକ୍ଟର ଶ୍ରୀ ରଥ ସୂଚନା ଦେଇଛନ୍ତି। ଏହି ସମୟରେ ବୈପାରିଗୁଡ଼ା ଅବକାରୀ ଓଆଇସି ସଞ୍ଜୟ କୁମାର କାଣ୍ଡି, ଏଏସଆଇ ରଶ୍ମୀ ରଞ୍ଜନ ନାୟକ, ମନୋଜ ପ୍ରଧାନ, ସରୋଜ ବେହେରା, ସତ୍ୟ ପାତ୍ର, ହୀରାମଣୀ ଭତ୍ରା, ବୈପାରିଗୁଡ଼ା ଥାନାର ଏଏସଆଇ ସନ୍ତୋଷ ପାତ୍ର ଓ ଅନ୍ୟମାନେ ସାମିଲ ହୋଇଥିଲେ।