କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗଳା, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ପୁଣି ଥରେ ବାତ୍ୟା ଡର ଦେଖାଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଏହି ୩ଟି ରାଜ୍ୟକୁ ବାତ୍ୟା ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସତର୍କ ସୂଚନା ପରେ ରାଜ୍ୟ ସରକାର ମଧ୍ୟ ଅଣ୍ଟା ଭିଡିଛନ୍ତି।
ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଜରୁରୀକାଳୀନ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। ସେହିପରି ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି।