ପୁଲିସ-ମାଓବାଦୀ ଗୁଳିବିନିମୟ: ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରିରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ମାଓବାଦୀ ଜଣଙ୍କ ରାନୁ। ତାଙ୍କ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ରାନୁ ମଲାଙ୍ଗିର ଏରିଆ କମିଟିର ଆକ୍ସନ ଟିମ୍ କମାଣ୍ଡର ଥିଲା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର କୁଟୁର ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ସହିତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ।