କେନ୍ଦ୍ର ସରକାରଙ୍କ ସ୍କ୍ରାପ୍ ପଲିସିରେ ରାସ୍ତାରୁ ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ୱ ଗାଡ଼ି

ନୂଆଦିଲ୍ଲୀ,ଏଜେନ୍ସି: ରାସ୍ତାରୁ ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଗାଡ଼ି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍କ୍ରାପ୍ ପଲିସି ଲାଗୁ ହେବାକୁ ଯାଉଛି। ଏ ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଏଥିପାଇଁ ପ୍ରସ୍ତାବ ପଠା ସରିଛି ବୋଲି ସେ କହିଛନ୍ତି। ଏ ନୀତିକୁ ଅନୁମୋଦନ ମିଳିଲେ ଭାରତ ଏକ ଅଟୋମୋବାଇଲ ହବ ଭାବରେ ପରିଣତ ହୋଇପାରିବ ଏବଂ ଅଟୋମୋବାଇଲ ମୂଲ୍ୟରେ ମଧ୍ୟ ହ୍ରାସ ଘଟିବ ବୋଲି ଗଡ଼କରୀ ଆଶା ପ୍ରକାଶ କରିଛନ୍ତି।

ସ୍କ୍ରାପ୍ ପଲିସି ଲାଗୁ ହେଲେ ପୁରୁଣା ଗାଡ଼ି ହଟିବା ସହ ପ୍ରଦୂଷଣ ମଧ୍ୟ କମିବ। ଏଥିସହିତ ଇଲେକ୍ଟ୍ରିକାଲ ଗାଡ଼ି ଚଳାଚଳ ବୃଦ୍ଧି କରିବା ଲକ୍ଷରେ ସରକାର ଏହି ସ୍କ୍ରାପ୍ ନୀତି ଆଣିବାକୁ ଯାଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।